ମୁମ୍ବାଇ: ଜୁଲାଇ ୧୧: ବୟସ ବଢିବା ସହ ଦିନକୁ ଦିନ ୟଙ୍ଗ୍ ଓ ଡ୍ୟାସିଙ୍ଗ୍ ଦେଖାଯାଉଛନ୍ତି ବଳିଉଡର ଅଭିନେତା ଅନୁପମ ଖେର୍ । ଅନୁପମ୍ ସୋସିଆଲ ମିଡିଆରେ ଖୁବ୍ ଆକଫିଭ୍ । ଏମିତିକି ତାଙ୍କ ମା ଦୁଲ୍ଲାରୀଙ୍କ ସହ ତାଙ୍କ ଭିଡିଓକୁ ଲୋକେ ବେଶ୍ ପସନ୍ଦ କରନ୍ତି । ବର୍ତ୍ତମାନ ୬୭ ବର୍ଷ ବୟସରେ ମଧ୍ୟ ତାଙ୍କ ବଡି ଟ୍ରାନ୍ସଫର୍ମେଶନ୍ ଦେଖି ଅନେକ ଲୋକ ଇନସପାୟର ହୋଇଛନ୍ତି । ସେ ନିଜର ଏକ ଫଟୋ ତାଙ୍କ ଇନ୍ଷଫାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ତାଙ୍କର ଏହି ଫଟୋକୁ ଦେଖି ସମସ୍ତେ ତାଜୁବ୍ ହେଇଯାଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି କି, ବୟସ କେବଳ ଗୋଟେ ନମ୍ବର । ବର୍ତ୍ତମାନ ସବୁକିଛି ସମ୍ଭବ । କେବଳ ନିଜକୁ ଶୃଙ୍ଖଳିତ କରିବା ସହ ଫୋକସ୍ କରିବାକୁ ହୁଏ । ତେଣୁ ମୁଁ ନିଜ ଫିଟନେସ୍ ପ୍ରତି ଧ୍ୟାନ ଦେବାପାଇଁ ନିଷ୍ପତି ନେଇଛି । ମୋ ପ୍ରତିଯୋଗିତା ମୋ ବୟସର ଲୋକଙ୍କ ସାଙ୍ଗେ ନୁହେଁ,ବରଂ ଯୁବପିଢିଙ୍କ ସାଙ୍ଗେ । ବର୍ତ୍ତମାନ ମୁଁ ମୋ ମିଡ୍ ୬୦ରେ ଅଛି, ଆଉ ମୋତେ ଲାଗୁଛି ଏହା ମୋ କ୍ୟାରିୟରର ଇଣ୍ଟରଭାଲ । ଯଦି ମୋ ସ୍ୱାସ୍ଥ୍ୟ ଓ ମେମୋରୀ ସବୁକିଛି ଭଲ ରୁହେ, ତାହେଲେ ମୁଁ ଆଗକୁ ଆହୁରୀ କାମ କରିପାରିବି ।

Comments are closed.