ଫଳବର୍ଜ୍ୟରୁ ବ୍ୟାଣ୍ଡେଜ୍‌

ସିଙ୍ଗାପୁର: ସିଙ୍ଗାପୁରର ବୈଜ୍ଞାନିକମାନେ ଫଳ ବର୍ଜ୍ୟରୁ ଆଣ୍ଟିବ୍ୟାକେଫରିଆଲ୍‌ ବ୍ୟାଣ୍ଡେଜ୍‌ ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହା ଫଳର ଅପଚୟକୁ ରୋକିବ ଏବଂ ଶୀଘ୍ର କ୍ଷତ ଭଲ କରିବାରେ ସାହାଯ୍ୟ କରିବ । ଏପରି ବ୍ୟାଣ୍ଡେଜ୍‌କୁ ସିଙ୍ଗାପୁରର ‘ନାନୟଙ୍ଗ ଟେକ୍ନୋଲଜିକାଲ ୟୁନିଭର୍ସିିଟି’ର ବୈଜ୍ଞାନିକମାନେ ଡୁରିଅନ ଫଳରୁ ପ୍ରସ୍ତୁତ କରିଛନ୍ତି । ଗବେଷକ ପ୍ରଫେସର ୱିଲିୟମ୍‌ ଚେନ୍‌ଙ୍କ କହିବା ଅନୁଯାୟୀ- ସିଙ୍ଗାପୁରର ଲୋକମାନେ ପ୍ରତିବର୍ଷ ୧୨୫ ଲକ୍ଷ ଡୁରିଅନ୍‌ ଫଳ ଖାଉଛନ୍ତି । ଫଳକୁ ଖାଇବା ପରେ ଏହାର ବଳକା ଅଂଶ ଚୋପା ଏବଂ ମଞ୍ଜିକୁ ଫୋଫାଡ଼ି ଦେଇଥାନ୍ତି, ଯାହାର ସିଧା ପ୍ରଭାବ ପରିବେଶ ଉପରେ ପଡ଼ିଥାଏ ।

 ଫଳବର୍ଜ୍ୟରୁ ବ୍ୟାଣ୍ଡେଜ୍‌
ଡୁରିଅନ ଫଳ

ତେଣୁ ଫଳର ଏହି ବର୍ଜ୍ୟରୁ ବ୍ୟାଣ୍ଡେଜ୍‌ ପ୍ରସ୍ତୁତ କରି ପରିବେଶକୁ ସୁରକ୍ଷା କରିବା ସହ କ୍ଷତକୁ ଭଲ କରିବା ପାଇଁ ମଣିଷମାନେ ମଧ୍ୟ ଏକ ନୂତନ ବିକଳ୍ପ ପାଇପାରିବେ ।
ବ୍ୟାଣ୍ଡେଜ୍‌ ପ୍ରସ୍ତୁତ କରିବା ପାଇଁ ବିଶ୍ୱବିଦ୍ୟାଳୟର ଗେବଷକମାନେ ପ୍ରଥମେ ଡୁରିଅନ୍‌ ଫଳର ଚୋପାକୁ ଅଲଗା କରି ଶୁଖାଇଲେ । ଏହାପରେ ଏହାକୁ ଗ୍ରାଇଣ୍ଡ୍‌ କରି ସେଲୁଲୋଜ୍‌ ପାଉଡର ତିଆରି କଲେ । ତା’ପରେ ଏହି ପାଉଡରରେ ଗ୍ଲିସେରାଲ୍‌ ମିଶାଇବା ଦ୍ୱାରା ‘ଆଣ୍ଟିବ୍ୟାକେଫରିଆଲ୍‌ ବ୍ୟାଣ୍ଡେଜ୍‌’ରେ ପରିଣତ ହେଲା ।

 ଫଳବର୍ଜ୍ୟରୁ ବ୍ୟାଣ୍ଡେଜ୍‌

ଏହାକୁ ପତଳା ପତଳା ପଟିରେ କାଟି ବ୍ୟାଣ୍ଡେଜରେ ତିଆରି କରାଯାଇଥିଲା । ଏହି ବ୍ୟାଣ୍ଡେଜ୍‌ ଏକ କୋମଳ ହାଇଡ୍ରୋଜେଲ ପରି ଦେଖାଯାଏ । ଅନ୍ୟ କ୍ଷତ ଆରୋଗ୍ୟ ବ୍ୟାଣ୍ଡେଜ୍‌ ଅପେକ୍ଷା ଏହା ଅଧିକ ଆରାମଦାୟକ ଏବଂ ଶସ୍ତା ମଧ୍ୟ ହୋଇଥାଏ । ଏହା ବ୍ୟତୀତ କ୍ଷତକୁ ଥଣ୍ଡା ଏବଂ ଆର୍ଦ ରଖୁଥିବାରୁ ଶୀଘ୍ର ଭଲ ହୋଇଯାଏ ।

 ଫଳବର୍ଜ୍ୟରୁ ବ୍ୟାଣ୍ଡେଜ୍‌

ବୈଜ୍ଞାନିକମାନେ କହିଛନ୍ତି ଯେ-ଏହି ଫଳର ଅବଶିଷ୍ଟ ଅଂଶକୁ ବିଭିନ୍ନ ପ୍ରକାରର କ୍ଷତ ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ଡୁରିଅନ ଫଳ ଖାସ୍‌ କରି ଏହାର ସ୍ୱାଦ ଏବଂ ପୋଷକ ତତ୍ତ୍ୱ ପାଇଁ ଜଣାଶୁଣା । ଏହି ଫଳ ବିଶେଷତଃ ମାଲେସିଆ, ଥାଇଲାଣ୍ଡ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସରେ ମିଳିଥାଏ । ଦକ୍ଷିଣ ଏସିଆରେ ଏହାକୁ କିଙ୍ଗ୍‌ ଅଫ୍‌ ଫ୍ରୁଟସ୍‌ ତଥା ଫଳର ରାଜା ବୋଲି କୁହାଯାଏ । ଏଥିରେ ଭିଟାମିନ୍‌-ସି, ଫଲିକ୍‌ ଏସିଡ୍‌, ଭିଟାମିନ୍‌-ବି୬, ଭିଟାମିନ୍‌-ଏ, ଆଇରନ୍‌ ଏବଂ କ୍ୟାଲସିୟମ୍‌ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ ।

Launching Ceremony of “AYUSHMAN BHARAT

Comments are closed.