ଆନ୍ଧ୍ର- ଓଡିଶା ସୀମା ସିଲ କଲା ଗଜପତି ପ୍ରଶାସନ

ସମୟ ଲାଇଭ,୨୫/୪ (ଗରୁଡ଼ ଧ୍ୱଜ ଚୈାଧୁରୀ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି- ପ୍ରଦେଶକୁ ସଂଯୋଗ କରୁଥିବା ରେଲୱେ ଟ୍ରାକ ପାର୍ଶ୍ୱରେ ଥିବା ରାସ୍ତାକୁ ପ୍ରଶାସନ ତରଫରୁ ବନ୍ଦ କରିଦିଆଯାଇଛି | ତେବେ ଏହି ରାସ୍ତା ବନ୍ଦ କରାଯାଉଥିବା ବେଳେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ପାରଳାଖେମୁଣ୍ଡି ଥାନା ଅଧୀନ ବିବେକାନନ୍ଦ ସ୍ୱାଇଁଙ୍କ ଉପସ୍ଥିତିରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ନିମନ୍ତେ ପଦକ୍ଷେପ ନିଆଯାଉଛି। ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଦିନକୁ ଦିନ କରୋନା ସଂକ୍ରମଣର ପ୍ରକୋପ ବୃଦ୍ଧି ପାଉଥିବାରୁ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ଏନେଇ ଗଜପତି ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Govt

Comments are closed.