ପ୍ରଭୁ ତୁମେ କରୁଣା ସାଗର

ପ୍ରଭୁ ତୁମେ କରୁଣା ସାଗର
ତୁମରି କରୁଣା ଅଟେ ଯେ ଅପାର ।
କରୁଣା ବିନ୍ଦୁ ସାଜି କରିବ ବିଶ୍ୱ କୁ ଉଦ୍ଧାର
ଏତିକି ଆଶା ଅଛି ଏ ବିଶ୍ୱ ବାସୀଙ୍କର ।
ଏ ଦୁନିଆ ର ରକ୍ଷକ ତୁମେ ଭକ୍ଷକ ସାଜ ନାହିଁ
ଏ କଳି ଯୁଗର ଅନ୍ତ ଏତେ ଜଲ୍ଦି କରନାହିଁ ।
ଆଶା ଯେ ଅନେକ ପ୍ରଭୁ ତୁମରି ଉପରେ
ଭବ ସଗାରେ ବୁଡ଼େଇବନି ଏ କଳି ଯୁଗରେ ।
ପିଲାବେଳୁ ଦେଖିଛୁ ବହୁତ ଦୁଃଖ ଏ ଦୁନିଆର
ସୁଖ ଟିକେ ପାଇଁ ଅନେଇଛୁ ହେ କଳାଠାକୁର ।
ଆଶା ଅଛି କରିବନି କେବେ ବି ନିରାଶ
ଏ ଦୁନିଆକୁ ଉଦ୍ଧାର କରିବାକୁ ତମେ କରୁଛ ପ୍ରୟାସ ।
ଏ ମହାମାରୀ ରୋଗରୁ କର ହେ ଉଦ୍ଧାର
ଜଗତର ନାଥ ତୁମେ ଏକା ଆମ କଳାଠାକୁର ।
ପ୍ରଭୁ ପ୍ରଭୁ ବୋଲି ନୀତି ଡାକୁ ଅଛୁ
ଖୋଲିଦିଅ ପ୍ରଭୁ ଏବେ କାନ ତୁମର ।
ଏ ମହାମାରୀ ସଙ୍କଟରୁ କର ଉଦ୍ଧାର
ତମେ ପରା ଆମ କଳା ଠାକୁର, ତମେ ପରା ଆମ କଳା ଠାକୁର ।

Comments are closed.