ଅମିତାଭ ଅସୁସ୍ଥ

ସମୟ ଲାଇଭ,୧୮/୧୦: ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ମଙ୍ଗଳବାର ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ ଓ ସେବେଠାରୁ ସେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଚ୍ୟାମ୍ବରରେ ତାଙ୍କୁ ରଖାଯାଇଛି। ଅମିତାଭ ଲିଭର ଜନିତ ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବାହାରକୁ ଖବର ପ୍ରଘଟ କରାଯାଇନାହିଁ। କେବଳ ପରିବାର ଲୋକେ ଅମିତାଭଙ୍କୁ ଦେଖା କରିବାକୁ ଯାଉଛନ୍ତି ବୋଲି ଜଣାପଡିଛି। ଅନ୍ୟପଟେ ଦୀର୍ଘଦିନ ଧରି ଅମିତାଭଙ୍କ ଲିଭର ଖରାପ ଥିବାରୁ ଏହା ଅନେକାଶଂରେ କାମ କରିବା ବନ୍ଦ କରି ଦେଇଥିବା ସୂଚନା ମିଳିଛି।

Launching Ceremony of “AYUSHMAN BHARAT

Comments are closed.