ଗର୍ଭାବସ୍ଥାରେ ହେଙ୍ଗୁ ହୋଇପାରେ କ୍ଷତିକାରକ

ଭାରତୀୟ ଲୋକପ୍ରିୟ ମସଲା  ତାଳିକାରେ ହେଙ୍ଗୁ ସାମିଲ ଅଛି l ବିଭିନ୍ନ ପ୍ରକାରର ଭାରତୀୟ ଖାଦ୍ୟରେ  ଏହାର ବହୁଳ ବ୍ୟବହାର ହୋଇଥାଏ l ଖାଦ୍ୟକୁ ସ୍ୱାଦିଷ୍ଟ କରିବା ବ୍ୟତୀତ ଏଥିରେ ବହୁ ଔଷଧିୟ  ଗୁଣ ରହିଛି l ତେବେ ଗର୍ଭାବସ୍ଥାରେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ l

ଗର୍ଭବତୀ ମହିଳାଙ୍କର ହେଙ୍ଗୁ ପ୍ରତି ଏଲରଜି ଥିଲେ ହେଙ୍ଗୁ ଖାଇବା ବାରଣ କରିବା ଉଚିତ l ଏହା ଦ୍ୱାରା ଗର୍ଭବତୀଙ୍କ ଗଳା ସଂକ୍ରମଣ, ଡାଇରିଆ, ଗ୍ୟାସ ଆଦି ହେବାର ଆଶଙ୍କା ରହିଛି l

ହେଙ୍ଗୁର ଅତ୍ୟଧିକ ବ୍ୟବହାର ହେତୁ ବାନ୍ତି ହୋଇଥାଏ l ଏହା ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ହାନି ପହଞ୍ଚାଇ ଥାଏ l

ସେହିପରି ଅତ୍ୟଧିକ ହେଙ୍ଗୁର ବ୍ୟବହାର ଗର୍ଭ ନଷ୍ଟ କରିବାର ଅଶଙ୍କା ସୃଷ୍ଟି କରିଥାଏ l

ତେବେ ସ୍ତନ୍ୟପାନ କରୁଥିବା ମହିଳାମାନେ ମଧ୍ୟ ହେଙ୍ଗୁ ଖାଇବା ଉଚିତ  ନୁହେଁ l କାରଣ ଏହାର ପ୍ରଭାବ  ଶିଶୁ ଉପରେ ପଡିଥାଏ  l

Comments are closed.