ଆମାଜନ ଜଙ୍ଗଲକୁ ନେଇ ଭବିଷ୍ୟବାଣୀ: ସମତଳ ଭୂମିରେ ପରିଣତ ହୋଇଯିବ ଜଙ୍ଗଲ

ବର୍ତ୍ତମାନ କରୋନା ଏବଂ ଋଷ-ୟୁକ୍ରେନ ଯୁଦ୍ଧ ଉପରେ ସମଗ୍ର ବିଶ୍ୱର ଧ୍ୟାନ ଥିବା ବେଳେ ଆମାଜନ ଜଙ୍ଗଲ ପାଇଁ ବୈଜ୍ଞାନିକମାନେ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ନେଚର୍‌ ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ଆମାଜନର ତିନି ଚତୁର୍ଥାଂଶ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି, ଯେଉଁଥିରେ ଏହା ଆପେ ଆପେ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ।
ଆମାଜନ ଜଙ୍ଗଲକୁ ନେଇ ଭବିଷ୍ୟବାଣୀ: ସମତଳ ଭୂମିରେ ପରିଣତ ହୋଇଯିବ ଜଙ୍ଗଲ

ବୈଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି ଯେ ପୋଡ଼ି ଯାଇଥିବା ଜଙ୍ଗଲ ଆଉ କେବେ ବି ପୁନରୁଦ୍ଧାର ହୋଇପାରିବ ନାହିଁ, ଅର୍ଥାତ ଏହା ସମତଳ ଭୂମିରେ ପରିଣତ ହୋଇଯିବ । ଏପରିକି ମଣିଷମାନେ ମଧ୍ୟ ଆମାଜନକୁ ସାହାଯ୍ୟ କରିବାକୁ ସମର୍ଥ ହେବେ ନାହିଁ । ଆହୁରି ରିସର୍ଚ୍ଚରୁ ଜଣାପଡ଼ିଛି ଯେ ବେଆଇନ ଗଛ କାଟିବା ଏବଂ ଗ୍ଲୋବାଲ ୱାର୍ମିଂ ଆମାଜନ ଜଙ୍ଗଲର ସହନଶକ୍ତିକୁ ହ୍ରାସ କରୁଛି । ଏହି କାରଣ ଯୋଗୁଁ ବର୍ଷା ହେବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରଭାବିତ ହେଉଛି ।
ଆମାଜନ ଜଙ୍ଗଲକୁ ନେଇ ଭବିଷ୍ୟବାଣୀ: ସମତଳ ଭୂମିରେ ପରିଣତ ହୋଇଯିବ ଜଙ୍ଗଲ

ରିସର୍ଚ୍ଚ ଅନୁଯାୟୀ, ଏପରି ଏକ ସମୟ ଆସିବ ଯେତେବେଳେ ଆମାଜନ ଅଞ୍ଚଳରେ ବହୁତ କମ୍‌ ବର୍ଷା ହେବ, ଯାହାଫଳରେ ଜଙ୍ଗଲ ନିଜେ ଶୁଖିଯିବ ଏବଂ ଅଗ୍ନିକାଣ୍ଡ ଘଟିବ । ଜଙ୍ଗଲ କମ୍‌ର ଅର୍ଥ କମ୍‌ ବର୍ଷା । ଏହି ଭୟାନକ ଚକ୍ରରେ ଫସି ରହି ଆମାଜନ ନିଜେ ଶେଷ ହୋଇଯିବ ।
ଆମାଜନ ଜଙ୍ଗଲକୁ ନେଇ ଭବିଷ୍ୟବାଣୀ: ସମତଳ ଭୂମିରେ ପରିଣତ ହୋଇଯିବ ଜଙ୍ଗଲ

ଇଂଲଣ୍ଡର ଏକ୍ସେଟର ୟୁନିର୍ଭସିଟିର ବୈଜ୍ଞାନିକମାନେ ୨୫ ବର୍ଷର ସାଟେଲାଇଟ ତଥ୍ୟକୁ ପରୀକ୍ଷଣ କରିବା ପରେ ଏହି ରିସର୍ଚ୍ଚକୁ ପ୍ରସ୍ତୁତ କରିଛନ୍ତି । ପରିବର୍ତ୍ତିତ ପରିବେଶ ସହିତ ଆମାଜନ ଜଙ୍ଗଲ କିପରି ଲଢୁଛି, ତାହା ଏହି ରିସର୍ଚ୍ଚରେ କୁହାଯାଇଛି । ବୈଜ୍ଞାନିକମାନେ ଆମାଜନ ଜଙ୍ଗଲ ଉପରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ, ଜଙ୍ଗଲ ନଷ୍ଟ ହେବା, ମାନବ କାର୍ଯ୍ୟକଳାପ ଏବଂ ହଠାତ ପାଣିପାଗ ପରିବର୍ତ୍ତନ ଉପରେ ତଦନ୍ତ କରିଥିଲେ ।
ଆମାଜନ ଜଙ୍ଗଲକୁ ନେଇ ଭବିଷ୍ୟବାଣୀ: ସମତଳ ଭୂମିରେ ପରିଣତ ହୋଇଯିବ ଜଙ୍ଗଲ

ଏହାସହ କେବେ ଆମାଜନ ସଂପୂର୍ଣ୍ଣ ଧ୍ୱଂସ ହେବ, ସେନେଇ ଗବେଷଣା ଜାରି ରହିଥିବା ରିସର୍ଚ୍ଚରେ ଉଲ୍ଲେଖ ରହିଛି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ୨୦୦୦ ମସିହାରୁ ଆମାଜନ ଜଙ୍ଗଲର ଦୃଢତା ତଥା ସହନଶକ୍ତି ସମାପ୍ତ ହେବାକୁ ଲାଗିଛି । ଜଙ୍ଗଲର ଦୃଢତା ଅର୍ଥ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଜଙ୍ଗଲ କିପରି ଭାବେ ନିଜକୁ ପୁନରୁଦ୍ଧାର କରିଥାଏ । ଯଦି ପୁନରୁଦ୍ଧାର ବିଳମ୍ବ ହୁଏ କିମ୍ବା ନ ହୁଏ, ତାହେଲେ ଜଙ୍ଗଲର ଗଛ ଏବଂ ଉଦ୍ଭିଦ, ନଦୀ ଏବଂ ସେଠାରେ ରହୁଥିବା ପ୍ରାଣୀମାନେ ପୃଥିବୀରୁ ବିଲୁପ୍ତ ହେବାର ଆଶଙ୍କା ରହିଥାଏ ।
ଆମାଜନ ଜଙ୍ଗଲକୁ ନେଇ ଭବିଷ୍ୟବାଣୀ: ସମତଳ ଭୂମିରେ ପରିଣତ ହୋଇଯିବ ଜଙ୍ଗଲ

ବୈଜ୍ଞାନିକମାନେ କହିଛନ୍ତି ଯେ ଜଙ୍ଗଲର ୨୦୦ କିଲୋମିଟର ଅଞ୍ଚଳର ସହନଶକ୍ତି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି ଏବଂ ଏହା ଏବେ ଶୁଷ୍କ ଅଞ୍ଚଳରେ ପରିଣତ ହେବା ସହ ଏଠାରେ ବହୁତ କମ୍‌ ବର୍ଷା ହେଉଛି । ଅନୁସନ୍ଧାନରେ ଜଡିତ ବୈଜ୍ଞାନିକମାନେ କହିଛନ୍ତି ଯେ ଆମାଜନକୁ ବଞ୍ଚାଇବା ପାଇଁ ପ୍ରଥମେ ଗ୍ରୀନ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନକୁ ହ ୍ରାସ କରିବା ଆବଶ୍ୟକ ।

Govt

Comments are closed.