ଆମେ ଅଣ୍ଡାକୁ ନେଇ ନାନା ପ୍ରକାର ବ୍ୟଞ୍ଜନ କରିଥାଉ । ଅଣ୍ଡାକୁ ଅଧିକ ରାନ୍ଧିଲେ, ସେଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ । ଏଣୁ ଡାକ୍ତର ସିଝା ଅଣ୍ଡା ଖାଇବାକୁ ପରାର୍ମଶ ଦେଇଥାନ୍ତି । ଶୀତଦିନରେ ସିଝା ଅଣ୍ଡା ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହିଦିନରେ ଅଣ୍ଡା ଆମ ଶରୀରକୁ ଗରମ ରଖିବା ସହିତ ପ୍ରତିରକ୍ଷା ଶକ୍ତିକୁ ବୃଦ୍ଧି କରେ ।
ଇମୁ୍ୟନିଟି ବୃଦ୍ଧି-
ବହୁତ ଲୋକ ଅଣ୍ଡାରେ ଥିବା କେଶର(ହଳଦିଆ ଗୋଲାକାର ଅଂଶ)କୁ ବାହାର କରି ଦେଇଥାନ୍ତି । ଏହିପରି କଲେ ଶରୀରକୁ ସଠିକ୍ ପରିମାଣରେ ପୋଷଣ ମିଳିପାରେ ନାହିଁ । କେଶରରେ ‘କୋଲିନ୍’ ନାମକ ଏକ ତତ୍ତ୍ୱ ରହିଛି । ଯାହା ଶରୀର ର ଇମୁ୍ୟନ୍ ପାୱର ବୃଦ୍ଧି କରେ ଓ ସୁସ୍ଥ୍ୟ ରଖେ । ବାହାର ର ଭୂତାଣୁକୁ ଶରୀରର ମଧ୍ୟରେ ପ୍ରବେଶ କରିବାକୁ ଦିଏନି । ଏଣୁ ପ୍ରତିଦିନ ଜଳଖିଆରେ ଗୋଟଏ ଲେଖା କେଶର ସହିତ ସିଝା ଅଣ୍ଡା ଖାଇବା ଆବଶ୍ୟକ ।
କେଶରୁ ରଖେ ମଜଭୁତ-
ସିଝା ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଏବଂ ଏମିନୋ ଏସିଡ୍ ରହିଛି । ଯାହା କେଶକୁ ମଜଭୁତ କରାଇା ସହିତ ଚର୍ମକୁ ଚିMଣ ଏବଂ ସୁସ୍ଥ ରଖେ । ଏମିନୋ ଏସିଡ୍ ହାଡ଼କୁ ଶକ୍ତ କରାଇ ଓଜନ ହ୍ରାସ କରେ ।
ଶରୀରକୁ ଗରମ ଦିଏ-
ଶୀତ ଦିନରେ ଶରୀରକୁ ଗରମ ରଖିବା ପାଇଁ ଲୋକମାନେ ନାନା ପ୍ରକାରର ଉପାୟ କରିଥାନ୍ତି । ହେଲେ ସବୁଠୁ ଉତ୍ତମ ଉପାୟ ହେଉଛି, ପ୍ରତିଦିନ ସିଝା ଅଣ୍ଡା ଖାଇବା । ଶରୀରକୁ ଗମର ରଖିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ସିଝା ଅଣ୍ଡାରେ ଭରପୂର ମାତ୍ରାରେ ରହିଛି ।
ଓଜନରେ ହ୍ରାସ-
ଆଜିକାଲିର ପିଢ଼ି ନିଜ ୱାର୍କିଂ ଲାଇଫ୍ରେ ଏତେ ବ୍ୟସ୍ତ ହୋଇଯାଆନ୍ତି ଯେ, ବଢ଼ୁଥିବା ଓଜନ ପ୍ରତି ଧ୍ୟାନ ଦେଇନଥାନ୍ତି । ଜଙ୍କ୍ ଫୁଡ୍, ଠିକ୍ ସମୟରେ ଖାଦ୍ୟ ନଖାଇବା , ଅସମୟରେ ଶୋଇବା ଏବଂ କାମ ଯୋଗଁ ଅଧିକ ଚିନ୍ତାରେ ରହିଲେ ଶରୀରର ଓଜନ ବୃଦ୍ଧି ହୁଏ । ସିଝା ଅଣ୍ଡାରେ ଥିବା କୋଲିନ୍ ଚିନ୍ତା ସୃଷ୍ଟି କରୁଥିବା ହରମୋନ୍କୁ ହ୍ରାସ କରେ । ମୁଡ୍ ଏବଂ ମେଟାବଲିଜିମ୍କୁ ବୁଷ୍ଟ କରି ଓଜନ ହ୍ରାସ କରେ ।
ହୃଦୟକୁ ରଖେ ସୁସ୍ଥ-
ସିଝା ଅଣ୍ଡା ଖାଇଲେ, ଶରୀରରେ ରକ୍ତ ସଠିକ୍ ସଞ୍ଚାର ହେବା ସହିତ ହୃଦୟ ସୁସ୍ଥ ରହେ । ଶରୀରରେ ରକ୍ତ ସଞ୍ଚାଳନରେ ସନ୍ତୁଳନ ଆସିଲେ, ମାଂସପେଶୀ କାର୍ଯ୍ୟକ୍ଷମ ହୋଇଥାଏ । ଡେଲି ଡାଏଟ୍ରେ ଅତିକମ୍ରେ ଗୋଟିଏ ସିଝା ଅଣ୍ଡା ସାମିଲ କଲେ, ହୃଦ୍ରୋଗ ଭଳି ସମସ୍ୟା ଦୂର ହୁଏ ।
Comments are closed.