ନୂଆଦିଲ୍ଲୀ : ଆମେ ଯେତେସବୁ ଗ୍ରହ ବାବଦରେ ଜାଣିଛନ୍ତି ତାହା ମଧ୍ୟରୁ ପୃଥିବୀ ଗ୍ରହରେ ଜୀବସତ୍ତା ରହିଛି ବୋଲି ଆମ ଧାରଣା ରହିଛି । ହେଲେ ବୈଜ୍ଞାନିକମାନଙ୍କ କହିବା ମୁତାବକ ବିଶ୍ୱରେ ପୃଥିବୀକୁ ଛାଡି ଏମିତି ଅନେକ ଗ୍ରହ ରହିଛି ଯେଉଁଠି ପୃଥିବୀଠାରୁ ଆହୁରି ଭଲ ଜୀବସତ୍ତା ସମ୍ଭବ । ଏହିସବୁ ଗ୍ରହଗୁଡିକୁ ବୈଜ୍ଞାନିକଙ୍କ ଭାଷାରେ ସୁପରହାବିଟେବୁଲ ପ୍ଲାନେଟ୍ କୁହାଯାଉଛି । ବୈଜ୍ଞାନିକମାନଙ୍କ ମତରେ ଏଠାରେ ଜୀବନ ଥିବା କଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ।
ୱାସିଂଟନ ଷ୍ଟେଟ୍ ୟୁନିଭୟସିଟି ଓ ବର୍ଲିନ ଟେକ୍ନିକାଲ ୟୁନିଭରସିଟିର ଆଷ୍ଟ୍ରୋ ବାୟୋଲୋଜିଷ୍ଟ ଡିର୍କ ସ୍କ୍ୟୁଉଜ ମକୁଚ କହିଛନ୍ତି ଯେ, ଆମେ କେବଳ ପୃଥିବୀ ଭଳି ଜୀବସତ୍ତା ଥିବା ଉପଗ୍ରହ ଖୋଜିବା ଉପରେ କାମ କରୁଛି । ଏହା ବି ହୋଇପାରେ କି ଆମ ନଜରରୁ ସେହି ଗ୍ରହଗୁଡିକୁ ଏଡାଇ ଯାଇପାରନ୍ତି ଯାହାକୁ ନେଇ ଆମେ ଗବେଷଣା କରୁଛୁ ।
ସମ୍ଭାବିତ ସୁପର ହାବିଟେବୁଲ ଏକ୍ସପ୍ଲାନେଟ୍ ଖୋଜିବା ପାଇଁ ସ୍କୁ୍ୟଉଜ ମକୁଚ ଓ ତାଙ୍କ ଟିମ୍ କେପଲର ଅବଜେକଫ ଅଫ୍ ଇଣ୍ଟରେଷ୍ଟ ଏକ୍ସପ୍ଲାନେଟ ଆରକାଇଭର ଯାଞ୍ଚ କରିଛନ୍ତି । ଏହି ଯାଞ୍ଚ ବେଳେ ଆନୁମାନିକ ୪୫ ହଜାର ଏଭଳି ପ୍ଲାନେଟ ସିଷ୍ଟମ ଉପରେ ଫୋକସ କରାଯାଇଥିଲା । ଏହି ଉପଗ୍ରହମାନଙ୍କ ମଧ୍ୟରେ ଏଭଳି କିଛି ଚଟାଣ ଥିବା ଅନୁମାନ କରାଯାଉଛି କି, ତାହା ତଳେ ପାଣି ରହିଛି । ଏହି ଗବେଷଣାକୁ ୨୦୨୦ ଆଷ୍ଟ୍ରୋ ବାୟୋଲୋଜୀରେ ପ୍ରକାଶ କରାଯାଇଥିଲା । ବୈଜ୍ଞାନିକମାନେ ସୂର୍ଯ୍ୟ ଭଳି ହଳଦିଆ ତାରାଙ୍କ ବ୍ୟତୀତ ଗାଡ ନାରଙ୍ଗୀ ତାରାମରନଙ୍କର ବି ସନ୍ଧାନ ପାଇଛନ୍ତି । ଯାହାକି ଥଣ୍ଡା ଓ ସୂର୍ଯ୍ୟଙ୍କଠାରୁ ଛୋଟ ଥିଲେ । ସ୍କୁ୍ୟଉଜ ମକୁଚଙ୍କ କହିବା କଥା କି ଜୀବନ ସମ୍ଭାବନା ଥିବା ଗ୍ରହମାନଙ୍କୁ ଖୋଜିବା ପାଇଁ ସୂର୍ଯ୍ୟଙ୍କୁ ସବୁଠାରୁ ଛୋଟ ତାରା ବୋଲି ଗ୍ରହଣ କରାଯାଇ ପାରିବ ନାହିଁ ।
ଗବେଷଣାକାରୀଙ୍କ କହିବା କଥା କି , କୌଣସି ଗ୍ରହର ଆକାର ଓ ତାହାର ଦୃଶ୍ୟମାନ ସ୍ଥିିତି ସେହି ଗ୍ରହରେ ଜୀବନ ସତ୍ତା ଥିବାର ସମ୍ଭାବନାକୁ ପ୍ରଭାବିତ କରିପାରେ । ଚଟାଣ ଥିବା ଏଭଳି କିଛି ଗ୍ରହ ଯେଉଁମାନେ କି ପୃଥିବୀ ଠାରୁ ବଡ ସେଠାରେ ଜୀବନ ସତ୍ତା ଥିବାର ସମ୍ଭାବନା ସବୁଠାରୁ ଅଧିକ ।
ଏନେଇ ସ୍କୁ୍ୟଉଜ ମକୁଚ ଓ ତାଙ୍କ ଟିମ ୧୫ ଟି ଗ୍ରହର ସନ୍ଧାନ କରିଛନ୍ତି । ହେଲେ ଜୀବନ ସତ୍ତା ଥିବା ସମ୍ଭାବନା ନେଇ ଗବେଷଣାକାରୀ ଯେଉଁ ମାନଦଣ୍ଡ ପ୍ରସ୍ତୁତ କରିଛନ୍ତି ଏହି ୨୪ ଟି ଗ୍ରହ ମଧ୍ୟରେ ଅନେକ ଗ୍ରହ ତାହା ପୂରଣ କରି ନାହିଁନ୍ତି । ତଥାପି ଏହି ୨୪ ଟି ଗ୍ରହରେ ଜୀବସତ୍ତା ଥିବା ନେଇ ଏକ ସମ୍ଭାବନା ଦେଖା ଦେଇଛି ବୋଲି ଗବେଷଣାକାରୀମାନେ ମତ ରଖିଛନ୍ତି ।

Comments are closed.