ଏଆଇ କହିବ ଆଣ୍ଠୁର ସ୍ୱାସ୍ଥ୍ୟ

0

ଆଜିକାଲି ଏଆଇର ବ୍ୟବହାର ବିଭିନ୍ନ ସ୍ଥାନରେ ହେଉଛି । ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା ସବୁସ୍ଥାନରେ ବ୍ୟବହାର କରାଯାଉଛି । ତେବେ ନିକଟରେ ଆଣ୍ଠୁ ଗଣ୍ଠି ରୋଗରେ ପୀଡିତ ରୋଗୀଙ୍କ ପାଇଁ ବୈଜ୍ଞାନିକମାନେ ଏଆଇକୁ ବ୍ୟବହାର କରି ଏକ ନୂଆ ଚିକିତ୍ସାର ଉଦ୍ଭୁାବନ କରିଛନ୍ତି । ବୈଜ୍ଞାନିକମାନ ଏଭଳି ଏକ ଏଆଇ ସିଷ୍ଟମର ଉଦ୍ଭୁାବନ କରିଛନ୍ତି ଯାହା ଯେ କୌଣସି ବ୍ୟକ୍ତିଙ୍କର ଆଣ୍ଠୁର ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ପାରିବ । ଏହା ଏଭଳି ଏକ ସିଷ୍ଟମ ଯାହା ଆଣ୍ଠୁ ଆଗକୁ ଆଉ କେତେ ବର୍ଷ ମଧ୍ୟରେ ଖରାପ ହେବ ସେନେଇ ମଧ୍ୟ ସୂଚନା ଦେବ । ଆଗକୁ ଆଉ ଏକ ବର୍ଷ ମଧ୍ୟରେ ଆଣ୍ଠୁର ଅବସ୍ଥା କଣ ହେବ ସେ ନେଇ ଏହି ସିଷ୍ଟମ ସୂଚନା ଦେଇ ପାରିବ । ଏହାକୁ ନେଇ ବର୍ତ୍ତମାନ ପରୀକ୍ଷଣ ଜାରି ରହିଛି । ଆଗକୁ ମଧ୍ୟ ଏହାକୁ ଆହୁରି ଉନ୍ନତ କରାଯିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଏହାକୁ ପାଖାପାଖି ୫ହଜାର ରୋଗୀଙ୍କର ଆଣ୍ଠୁ ଏକ୍ସରେ ସାହାଯ୍ୟରେ ପ୍ରଶିକ୍ଷିତ କରାଯାଇଛି । ସେହିଭଳି ଏହି ଏଆଇ ସିଷ୍ଟମ ଅନ୍ୟ ଏଆଇ ତୂଳନାରେ ୯ଗୁଣ ଅଧିକ ବେଗରେ କାମ କରିବ ବୋଲି ନିର୍ମାଣକାରୀ ବୈଜ୍ଞାନିକ ସୂଚନା ଦେଇଛନ୍ତି । ଏହା ରୋଗୀମାନଙ୍କ ପାଇଁ ଏକ ବରଦାନ ଭଳି କାମ କରିବ ବୋଲି ସେମାନେ ସୂଚନା ଦେଇଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.