ନ୍ୟୁଜିଲାଣ୍ଡ ,ବାଂଲାଦେଶ ସିରିଜ୍‌ ପାଇଁ ଭାରତୀୟ ଟିମ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ଶେଷ ହେବା ପରେ ଭାରତୀୟ ଦଳ ଖୁବ୍‌ ଶୀଘ୍ର ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି । ନୁ୍ୟଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଚୟନ କମିଟି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ ଭାବେ ମନୋନୀତ କରିଛନ୍ତି । ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏଥିରେ ବିଶ୍ରାମ ଦିଆଯାଇଛି । ଏଥି ସହିତ ଦଳର ଓପନର୍‌ କେ.ଏଲ୍‌ ରାହୁଲ ମଧ୍ୟ ଏହି ଭ୍ରମଣର ଅଂଶ ହେବେ ନାହିଁ ।

After the T-20 World Cup in Australia, the Indian team will soon visit New Zealand.

ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଶିଖର ଧାୱନଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଏବଂ ଓଡିଆଇ ସିରିଜ ପାଇଁ ଋଷଭ ପନ୍ତଙ୍କୁ ଉପ-ଅଧିନାୟକ କରାଯାଇଛି । ନଭେମ୍ବର ୧୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବ ଭାରତ । େୱଲିଂଟନରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । ଟିମ୍‌ ଇଣ୍ଡିଆ ନଭେମ୍ବର ୧୮, ୨୦ ଏବଂ ୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍‌ ଖେଳିବା ସହ ନଭେମ୍ବର ୨୫, ୨୭ ଏବଂ ୩୦ରେ ଓଡିଆଇ ଖେଳିବ ।
After the T-20 World Cup in Australia, the Indian team will soon visit New Zealand.

* ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ ଅଧିନାୟକ ତଥା ୱିକେଟ୍‌ କିପର), ଶୁଭମାନ ଗିଲ, ଈଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍‌ କିପର), ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ , ମୋ. ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକଙ୍କୁ ବଛାଯାଇଛି ।

After the T-20 World Cup in Australia, the Indian team will soon visit New Zealand.

* ନ୍ୟୁଜିଲାଣ୍ଡ ବିପକ୍ଷ ଓଡିଆଇ ମ୍ୟାଚ୍‌ ପାଇଁ ଶିଖର ଧାୱନ (ଅଧିନାୟକ), ଋଷଭ ପନ୍ତ (ଉପ ଅଧିନାୟକ ତଥା ୱିକେଟ୍‌ ରକ୍ଷକ), ଶୁଭମାନ ଗିଲ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍‌ କିପର) ସିଂ, ଦୀପକ ଚହର, କୁଲଦୀପ ସେନ୍‌, ଉମରାନ୍‌ ମଲିକ

After the T-20 World Cup in Australia, the Indian team will soon visit New Zealand.

* ବାଙ୍ଗଲାଦେଶ ବିପକ୍ଷ ଦିନିକିଆ ପାଇଁ ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ (ଉପଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପଟିଦାର, ଶ୍ରେୟସ୍‌ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ୱିକେଟ୍‌ କିପର), ଈଶାନ କିଶନ (ୱିକେଟ୍‌ କିପର), ରବିନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ଡବ୍ଲୁ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ସିରାଜ, ଦୀପକ ଚହର, ଯଶ ଦୟାଲଙ୍କୁ ବଛାଯାଇଛ ।

Comments are closed.