ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପିଶାଚ ପ୍ରେମିକ ଅଫତାବର ଆସନ୍ତାକାଲି ନାର୍କୋ ଟେଷ୍ଟ ହୋଇପାରେ । ଏହି ହତ୍ୟାକାଣ୍ଡର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ ପାଇଁ ଦିଲ୍ଲୀ ପୋଲିସ ଫରେନସିକସ୍ ଟିମକୁ ଅନୁରୋଧ କରିଛି । ଦିଲ୍ଲୀର ରୋହଣୀଠାରେ ଥିବା ଡକଫର ବାବା ସାହେବ ଆମ୍ବେଦକର ହସପିଟାଲରେ ଅଫତାବର ନାର୍କୋ ଟେଷ୍ଟ ହୋଇପାରେ । ନାର୍କୋ ଟେଷ୍ଟ ପାଇଁ ପୂର୍ବରୁ ଦିଲ୍ଲୀର ସାକେତ କୋର୍ଟ ସବୁଜ ସଙ୍କେତ ଦେଇଛନ୍ତି । କାରଣ ଅଫତାବ ବାରମ୍ବାର ନିଜର ବୟାନ ବଦଳାଉଛନ୍ତି । ନାର୍କୋ ପରୀକ୍ଷା ସମୟରେ ଏକ ଫୋରେନସିକ୍ ଟିମ୍ ଉପସ୍ଥିତ ରହିବା ଏବଂ ପରୀକ୍ଷାର ଭିଡିଓଗ୍ରାଫି କରାଯିବ । ଏବେ ଯାଏ ଶ୍ରଦ୍ଧାଙ୍କ ଶରୀରର ସବୁ ଖଣ୍ଡ ପୋଲିସକୁ ମିଳିନଥିବା ବେଳେ ଅଫତାବ କେତେ ସତ ଏବଂ କେତେ ମିଛ କହୁଛି, ତାହା ଜାଣିପାରୁନାହିଁ ପୋଲିସ ।
ଅଫତାବ କହିଛି ଯେ, ଶ୍ରଦ୍ଧାଙ୍କ ସହ ପ୍ରେମ ସମ୍ପର୍କରେ ରହିବା ପରେ ଧୀରେ ଧୀରେ ତାଙ୍କ ପ୍ରତି ମୋର ଭଲପାଇବା କମିଥିଲା । ମୁଁ ତାଙ୍କୁ ଘୃଣା କରିବା ଆରମ୍ଭ କରିଥିଲି । ଏହି କାରଣରୁ ତାଙ୍କୁ ମୁଁ ହତ୍ୟା କରିଥିଲି । ହତ୍ୟା ପରେ ମେ’ ୨୩ରେ ମୁଁ ପୂରା ଫ୍ଲାଟ ଚେକ୍ କରିଥିଲି । ମୋ ପାଖରେ ଥିବା ତାଙ୍କର ସବୁ ଫଟୋ ମୁଁ ଜାଳିଦେଇଥିଲି । ଆମ ଶୋଇବା ଘରେ ୩ଟି ବଡ଼ ଫଟୋ ଲାଗିଥିଲା । ଦୁଇଟି ଫଟୋ ଶ୍ରଦ୍ଧାଙ୍କ ଉତ୍ତରାଖଣ୍ଡ ଯାଇଥିବା ବେଳର ହୋଇଥିବା ବେଳେ ତୃତୀୟଟି ମୋ ସହ ଥିଲା । ଆମେ ମୁମ୍ବାଇରେ ଉଠାଇଥିବା ଫଟୋକୁ ଶ୍ରଦ୍ଧା କାନ୍ଥରେ ଲଗାଇଥିଲେ । ମୁଁ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଏହି ୩ଟି ଫଟୋକୁ ଭାଙ୍ଗି ଜାଳି ଦେଇଥିଲି ।
ଅନ୍ୟପକ୍ଷରେ ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଟିମକୁ ଏକ କଟା ମୁଣ୍ଡ ମିଳିଛି । ଅଫତାବ ପୁନାୱାଲା ଗୁରୁଗ୍ରାମର ଯେଉଁ ଘରୋଇ ଆଇଟି କମ୍ପାନୀରେ କାମ କରୁଥିଲା, ସେହି ଅଞ୍ଚଳରୁ ପୋଲିସ କଟାମୁଣ୍ଡ ପାଇଛି । ଏହି ମୁଣ୍ଡ ଶ୍ରଦ୍ଧାଙ୍କର ବୋଲି ସନ୍ଦେହ କରାଯାଉଛି । ଏହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ଏହାକୁ ଫରେନ୍ସିକ ଟେଷ୍ଟ୍ ପାଇଁ ପଠାଯାଇଛି । ତଦନ୍ତକାରୀ ଅଧିକାରୀଙ୍କୁ ଅଫ୍ତାବ କହିଥିଲା ଯେ ଅଫିସ ଯିବା ବାଟରେ ସେ ଶ୍ରଦ୍ଧାଙ୍କ ଶରୀରର କିଛି ଅଂଶ ଫୋପାଡ଼ି ଦେଇଥିଲା ।
ଅଫତାବକୁ ଦିଲ୍ଲୀସ୍ଥିତ ଛତରପୁର ଘରକୁ ନେଲା ପୋଲିସ୍
ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ୱାକର୍ ହତ୍ୟାକାଣ୍ଡକୁ ନେଇ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର । ଶ୍ରଦ୍ଧାଙ୍କ କଟାମୁଣ୍ଡ ମିଳିଛି ବୋଲି ଦିଲ୍ଲୀ ପୋଲିସ୍ ଦାବି କରିବା ପରେ ଅଫତାବକୁ ଦିଲ୍ଲୀ ଛତରପୁର ଘରକୁ ନେଇ ତଦନ୍ତ କରିଛି । ଛତରପୁରର ଏହି ଘରେ ରହୁଥିଲେ ଅଫତାବ୍ ଓ ଶ୍ରଦ୍ଧା । କୁହାଯାଉଛି, ମେ ୧୮ ହତ୍ୟାକାଣ୍ଡର ସମସ୍ତ ଘଟଣାକୁ ଗୋଟି ଗୋଟି କରି ପୋଲିସ ଆଗରେ ପୁଣି କହିଛି ଅଫତାବ । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ବି ତଦନ୍ତ ହୋଇଛି । ହତ୍ୟା ପରେ କଟା ମୁଣ୍ଡ ଓ ଶରୀରର ଅନ୍ୟ ଅଂଶକୁ କିପରି ବ୍ୟାଗରେ ପୂରାଉଥିଲା ? କିପରି ଏହି ବ୍ୟାଗକୁ ନେଇ ମେହରୁଲି ଜଙ୍ଗଲକୁ ଯାଉଥିଲା ସେ ଦିଗରେ ବି ତଦନ୍ତ ହେଉଛି । ଶ୍ରଦ୍ଧାଙ୍କ ବାପାଙ୍କ ଡିଏନ୍ଏ ସହ ମିଳିଥିବା ଖପୁରୀର ମେଳ କରାଯାଉଛି । ତାସହ ଘରୁ ମିଳିଥିବା ରକ୍ତ ଛିଟା ଓ ଆନୁସଙ୍ଗିକ ସାମଗ୍ରୀର ଫରେନସିକ୍ ଯାଞ୍ଚ ହେଉଛି ।
ଅନ୍ୟପଟେ ରାଜଧାନୀ ଅନ୍ୟପଟେ ହତ୍ୟା ମାମଲାରେ ପ୍ରେମିକ ଅଫତାବର ଆସନ୍ତାକାଲି ନାର୍କୋ ଟେଷ୍ଟ ହୋଇପାରେ । ଏହି ହତ୍ୟାକାଣ୍ଡର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ ପାଇଁ ଦିଲ୍ଲୀ ପୋଲିସ ଫରେନସିକସ୍ ଟିମକୁ ଅନୁରୋଧ କରିଛି । ଦିଲ୍ଲୀର ରୋହଣୀଠାରେ ଥିବା ଡକଫର ବାବା ସାହେବ ଆମ୍ବେଦକର ହସପିଟାଲରେ ଅଫତାବର ନାର୍କୋ ଟେଷ୍ଟ ହୋଇପାରେ ।
ନାର୍କୋ ଟେଷ୍ଟ ପାଇଁ ପୂର୍ବରୁ ଦିଲ୍ଲୀର ସାକେତ କୋର୍ଟ ସବୁଜ ସଙ୍କେତ ଦେଇଛନ୍ତି । କାରଣ ଅଫତାବ ବାରମ୍ବାର ନିଜର ବୟାନ ବଦଳାଉଛନ୍ତି । ନାର୍କୋ ପରୀକ୍ଷା ସମୟରେ ଏକ ଫୋରେନସିକ୍ ଟିମ୍ ଉପସ୍ଥିତ ରହିବା ଏବଂ ପରୀକ୍ଷାର ଭିଡିଓଗ୍ରାଫି କରାଯିବ । ଏବେ ଯାଏ ଶ୍ରଦ୍ଧାଙ୍କ ଶରୀରର ସବୁ ଖଣ୍ଡ ପୋଲିସକୁ ମିଳିନଥିବା ବେଳେ ଅଫତାବ କେତେ ସତ ଏବଂ କେତେ ମିଛ କହୁଛି, ତାହା ଜାଣିପାରୁନାହିଁ ପୋଲିସ ।

Comments are closed.