ପ୍ରଭାସ ଭାରତର ସବୁଠୁ ମହଙ୍ଗା ଅଭିନେତା

ମୁମ୍ବାଇ: ‘ବାହୁବଳୀ’ ପରି ବ୍ଲକବଷ୍ଟର ଫିଲ୍ମ ଦେଇଥିବା ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପ୍ରଭାସ ନିଶ୍ଚିତରୂପେ ଦେଶର ସବୁଠୁ ବଡ଼ ଷ୍ଟାର ପାଲଟିଛନ୍ତି । ପ୍ରଭାସଙ୍କ ଲୋକପ୍ରିୟତା ଏବେ କେବଳ ଦକ୍ଷିଣରେ ହିଁ ସୀମିତ ହୋଇ ରହିନାହିଁ ବରଂ ଦେଶବିଦେଶରେ ବଢ଼ିବାରେ ଲାଗିଛି । ବଲିଉଡ୍‌କୁ ଭଲ ପାଉଥିବା ସିନେପ୍ରେମୀ ମଧ୍ୟ ପ୍ରଭାସଙ୍କ ପ୍ରଶଂସକ ହୋଇପାରିଛନ୍ତି । ବର୍ଷିଆନ ଅଭିନେତା ପ୍ରଭାସଙ୍କ ନିକଟରେ ଅନେକ ବଡ଼ ବଡ଼ ପ୍ରୋଜେକଫ ରହିଛି, ଯାହାକୁ ତାଙ୍କ ପ୍ରଶଂସକଙ୍କମାନେ ଅତି ଉତ୍ସାହର ସହ ଅପେକ୍ଷା କରିବସିଛନ୍ତି ।
ପ୍ରଭାସ ଭାରତର ସବୁଠୁ ମହଙ୍ଗା ଅଭିନେତା

ପ୍ରଭାସଙ୍କ ଆଗାମୀ ଫିଲ୍ମରେ ସାମିଲ ରହିଛି-ରାଧେ ଶ୍ୟାମ, ସାଲାର, ଆଦିପୁରୁଷ, ପ୍ରୋଜେକଫ କେ ଏବଂ ସ୍କ୍ରିପଫ । ପ୍ରଭାସଙ୍କ ଅଧାରୁ ଅଧିକ ଫିଲ୍ମ ଭୂଷଣ କୁମାର ହିଁ ପ୍ରୋଜଯନା ଦେଉଛନ୍ତି । ପ୍ୟାନ ଇଣ୍ଡିଆ ଷ୍ଟାର୍‌ ପ୍ରଭାସଙ୍କ ହାତରେ ବିଗ୍‌ ବଜେଟ୍‌ ଫିଲ୍ମର ଲମ୍ବା ଲାଇନ୍‌ ମଧ୍ୟ ରହିଛି । ଏହାକୁ ନେଇ ସୂତ୍ରରୁ ଜଣାପଡ଼ିଛି ଯେ, ଆଜିର ସମୟରେ ବଲିଉଡ୍‌ର ସବୁଠୁ ବଡ଼ ନିର୍ମାତା ‘ଟି-ସିରିଜ୍‌’ ମୁଖ୍ୟ ଭୂଷଣ କୁମାର କରୋନା ମହାମାରୀ ପରେ ଦୁନିଆରେ ସବୁଠୁ ବଡ଼ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି ।
ପ୍ରଭାସ ଭାରତର ସବୁଠୁ ମହଙ୍ଗା ଅଭିନେତା

ଏଥିପାଇଁ ସେ ସେହି କଳାକାରଙ୍କ ସହ ଫିଲ୍ମ ନିର୍ମାଣ କରୁଛନ୍ତି, ଯେଉଁମାନଙ୍କର ଫ୍ୟାନ୍‌ ଫୋଲଇଙ୍ଗ୍‌ ପୁରା ଭାରତରେ ବ୍ୟାପୀଥିବ । ଏନେଇ ସେ ପ୍ରଭାସଙ୍କୁ ଚୟନ କରିଛନ୍ତି । ତେଣୁ ପ୍ରଭାସଙ୍କ ସାଥିରେ ଭୂଷଣ ଏବଂ ତାଙ୍କ ଟିମ୍‌ ବଜେଟ୍‌କୁ ଖାତିର ନକରି ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ଭୂଷଣ କୁମାର ପ୍ରଭାସଙ୍କୁ ନେଇ ରାଧେ ଶ୍ୟାମ୍‌, ଆଦିପୁରୁଷ ଏବଂ ସ୍କ୍ରିପଫ ପରି ଫିଲ୍ମ ନିର୍ମାଣ କରି ତାଙ୍କ ଲୋକପ୍ରିୟତାକୁ ଏକ ନୂଆ ସ୍ତରରେ ପହଞ୍ଚାଇବାକୁ ଚାହୁଁଛନ୍ତି । ହେଲେ ପ୍ରଭାସଙ୍କ ତାଙ୍କ ଫିଲ୍ମ ପାଇଁ ସାଇନ୍‌ କରିବା ଏତେ ବି ସହଜ କାମ ନୁହେଁ ।
ପ୍ରଭାସ ଭାରତର ସବୁଠୁ ମହଙ୍ଗା ଅଭିନେତା

ତେଣୁ ମିଳିଥିବା ଖବର ଅନୁଯାୟୀ ସନ୍ଦୀପ ରେzି ବାଙ୍ଗାଙ୍କ ସ୍କ୍ରିପଫରେ ଲିଡ୍‌ ରୋଲ୍‌ ଅଭିନୟ କରିବା ପାଇଁ ୧୫୦ କୋଟି ଟଙ୍କା ଚାର୍ଜ କରିଛନ୍ତି ଏବଂ ଏହାସହ ପ୍ରଭାସ ଭାରତର ସବୁଠୁ ମହଙ୍ଗା ଅଭିନେତା ଅର୍ଥାତ୍‌ ସର୍ବାଧିକ ଫିସ୍‌ ଚାର୍ଜ କରୁଥିବା ଅଭିନେତା ପାଲଟିଛନ୍ତି । କେବଳ ସେତିକି ନୁହେଁ ଆଦିପୁରୁଷ ପାଇଁ ପାରିଶ୍ରମିକ ବାବଦକୁ ୧୫୦ କୋଟି ଟଙ୍କା ନେଇଛନ୍ତି ।
ପ୍ରଭାସ ଭାରତର ସବୁଠୁ ମହଙ୍ଗା ଅଭିନେତା

୧୦ ବର୍ଷରେ ପ୍ରଭାସ ତୃତୀୟ ବଡ଼ ଅଭିନେତା ହୋଇଛନ୍ତି ଯିଏ ୧୦୦ କୋଟିରୁ ଅଧିକ ରୋଜଗାର କରୁଛନ୍ତି । ଏହାପୂର୍ବରୁ ସଲମାନ ଖାନ ସୁଲତାନ ଏବଂ ଟାଇଗର ଜିନ୍ଦା ହୈ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ନେଇଥିଲେ । ସେହିପରି ଅକ୍ଷୟ କୁମାର ବେଲ୍‌ ବଟମ୍‌ ପାଇଁ ୧୦୦ କୋଟି ପାରିଶ୍ରମିକ ନେଇଛନ୍ତି ।

Govt

Comments are closed.