ମୁମ୍ବାଇ: ସେପ୍ଟେମ୍ବର ୧୧: ମଡେଲ୍ରୁ ଅଭିନେତା ପାଲଟିଥିବା ଡିନୋ ମାରିଆ େୱବ୍ ସିରିଜ୍ ଦ ଏମ୍ପାୟରରେ ପୁଣି ଥରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ଏହି େୱବ୍ ସିରିଜ୍କୁ ନେଇ ବି-ଟାଉନ୍ରେ ଚର୍ଚ୍ଚା ଜୋର ଧରିଛି । ଏଥିସହ ସିରିଜ୍ଟି ପ୍ରଥମ ଦିନରୁ ହିଁ ସଫଳତା ସାଉଁଟିବାରେ ଲାଗିଛି । ଡିନୋ ମାରିଆ ନିକଟରେ ଏକ ଇଣ୍ଟରଭୁ୍ୟରେ ଆକଫିରୁ ବ୍ରେକ୍ ନେବା ସମ୍ପର୍କରେ ଖୋଲିକରି ଆଲୋଚନା କରିଛନ୍ତି । ୨୦୧୦ରେ ରିଲିଜ୍ ହୋଇଥିଲା ଡିନୋଙ୍କ ଶେଷ ହିନ୍ଦୀ ଫିଲ୍ମ ପ୍ୟାର୍ ଇମ୍ପସିବଲ୍ । ଏହାର୭ ବର୍ଷ ପରେ ଏକ ମାଲାୟଲମ ଫିଲ୍ମ ସୋଲୋରେ ସେ ଲିଡ୍ ରୋଲ୍ରେ ନଜର ଆସିଥିଲେ । ଏହାବ୍ୟତୀତ ଗତ ବର୍ଷ ତାଙ୍କୁ ଅନେକ ଡିଜିଟାଲ ପ୍ରୋଜେକଫରେ ଦେଖିବାକୁ ମିଳିଥିଲା । ଏଥିମଧ୍ୟରୁ ମେଣ୍ଟାଲହୁଡ୍, ହୋଷ୍ଟେଜ୍ ଏବଂ ତାଣ୍ଡବ ସିରିଜ୍ ସାମିଲ ରହିଛି । ହେଲେ ନିକଟରେ ରିଲିଜ୍ ହୋଇଥିବା ଦ ଏମ୍ପାୟରରେ ସେ ଖଳନାୟକ ଚରିତ୍ରରେ ନଜର ଆସିଛନ୍ତି ଏବଂ ତାଙ୍କର ଚମତ୍କାର ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଫିଲ୍ମରୁ ବ୍ରେକ୍ ନେବା ପରେ ତାଙ୍କୁ ବହୁତ ଅଫର ମିଳିଥିଲା । ହେଲେ ସେଗୁଡ଼ିକ ସବୁ ଖରାପ ଥିଲା ବୋଲି ଡିନୋ ମାରିଆ ଇଣ୍ଟରଭୁ୍ୟରେ କହିଛନ୍ତି । ଏହି ସମୟ ତାଙ୍କ ପାଇଁ ବହୁତ କଠିନ ଥିଲା ବୋଲି ସେ କହିଛନ୍ତି । ହେଲେ ଧୈର୍ଯ୍ୟହରା ନହୋଇ ପଜେଟିଭ ରହି ନିଜକୁ ନିଜ ପ୍ରସ୍ତୁତି କରୁଥିଲେ ବୋଲି କହିଛନ୍ତି ।

Comments are closed.