ମେ’ ରେ ‘ମେଜର୍‌’

ମୁମ୍ବାଇ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଆଦିବୀ ସେଶ ସନ୍ନି ଚନ୍ଦ୍ରାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ମେଜର୍‌’ର ରିଲିଜ୍‌ ତାରିଖର ଘୋଷଣା ହୋଇଛି । ଏହି ଫିଲ୍ମ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ ଉନ୍ନିକୃଷ୍ଣନଙ୍କ ଜୀବନୀ ଉପରେ ଆଧାରିତ ହୋଇଛି । ଫିଲ୍ମରେ ଆଦିବୀ ମେଜର ସନ୍ଦୀପ ଉନ୍ନିକୃଷ୍ଣନଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ବାୟୋଗ୍ରାଫିକାଲ ଡ୍ରାମା ଫିଲ୍ମଟି ୨୭ ମେ’ରେ ସମସ୍ତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ମେ’ ରେ ‘ମେଜର୍‌’
ଏହାର ସୂଚନା ନିଜେ ଆଦିବୀ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଦେଇଛନ୍ତି । ଫିଲ୍ମଟି ତେଲୁଗୁ, ହିନ୍ଦୀ ଏବଂ ମାଲୟାଲମ ଭାଷାରେ ରିଲିଜ୍‌ ହେବ । ମେଜର ସନ୍ଦୀପ ଉନ୍ନିକୃଷ୍ଣନ ଏନଏସଜି କମାଣ୍ଡୋ ଥିଲେ, ଯିଏ ଅନେକ ବନ୍ଦୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ମୁମ୍ବାଇର ତାଜ୍‌ ହୋଟେଲ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିଜ ଜୀବନ ହରାଇଥିଲେ । ଫିଲ୍ମରେ ସନ୍ଦୀପଙ୍କ ମେଜର ହେବା ପର୍ଯ୍ୟନ୍ତ ଯାତ୍ରାକୁ ଦର୍ଶାଯାଇଛି । ଏହାସହ ତାଙ୍କ ଅଜଣା ପ୍ରେମକାହାଣୀକୁ ମଧ୍ୟ ପରଦାରେ ଦେଖାଯିବ । ଶଶି କରିଣ ଟିMା ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଦିବୀଙ୍କ ବ୍ୟତୀତ ସଈ ମାଞ୍ଜେରକର, ପ୍ରକାଶ ରାଜ, ରେବତୀ, ମୁରଲୀ ଶର୍ମା ଏବଂ ଶୋଭିତା ଧୁଲୀପାଲ ପରି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ତେବେ ଏହି ପ୍ୟାନ ଇଣ୍ଡିଆ ଫିଲ୍ମ ଜରିଆରେ ଆଦିବୀ ନିଜର ହିନ୍ଦୀ ଡେବୁ୍ୟ କରିବାକୁ ଯାଉଛନ୍ତି । ଫିଲ୍ମଟି ଚଳିତ ବର୍ଷ ୧୧ ଫେବୃଆରୀ ରିଲିଜ୍‌ ହେବା ପାଇଁ ସ୍ଥିର କରାଯାଇଥିଲା । ହେଲେ କରୋନା ଲହରକୁ ଦେଖି ଫିଲ୍ମ ନିର୍ମାତା ୨୭ ମେକୁ ଘୁଞ୍ଚାଇଛନ୍ତି ।

Govt

Comments are closed.