ACF ସୌମ୍ୟଙ୍କ ମୃତ୍ୟୁ ର ଉପଯୁକ୍ତ ତଦନ୍ତ ପାଇଁ ପୋଲିସ ଡିଜି ଅଭୟ ଙ୍କୁ ଭେଟିଲେ ସୌମ୍ୟ ଙ୍କ ବାପା

କଟକ: ଜୁଲାଇ ୧୯: ପାରଳାଖେମୁଣ୍ଡି ର Assistant Conservator of Forest ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି I ସୌମ୍ୟ ଙ୍କ ପତ୍ନୀ, ରୋଷେଇଆ ଏବଂ ଗଜପତି ଜିଲ୍ଲାର ଡି ଏଫ ଓ ଙ୍କର ପଲିଗ୍ରାଫ ଟେଷ୍ଟ କରାଯାଉ ବୋଲି ସୋମବାର ଦିନ ସୌମ୍ୟ ଙ୍କ ପରିବାର ଦାବି କରିଛନ୍ତି I
ସୌମ୍ୟ ଙ୍କ ପିତା ସୋମବାର ଦିନ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ପହଂଚି DG ପୋଲିସ ଅଭୟ ଙ୍କୁ ଭେଟି ହତ୍ୟା ମାମଲାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ଏହି ଅବସର ରେ ସେ ତାଙ୍କ ବୋହୂ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ଏ ସି ଏଫ ଙ୍କ ରୋଷେଇଆ ର ପଲିଗ୍ରାଫ୍ ପରୀକ୍ଷା କରିବାକୁ ଡିଜିପିଙ୍କୁ ଅନୁରୋଧ କରିଥିଲେ।
ଗରାବନ୍ଧା ଆଇଆଇସି ମମତା ପଣ୍ଡାଙ୍କ ବିରୋଧରେ ନୂତନ ଅଭିଯୋଗ ଆଣିଛନ୍ତି ସୌମ୍ୟ ଙ୍କ ବାପା I ଆଇଆଇସି ସରକାରୀ ଆମ୍ବୁଲାନ୍ସକୁ ଏକ ଘଣ୍ଟା ଅଟକାଇବା ଯୋଗୁଁ ସୌମ୍ୟ ଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେଲା ବୋଲି ସେ କହିଛନ୍ତି I
ସେହିପରି ତାଙ୍କ ପୁଅ କୁ ବ୍ରହ୍ମପୁର ରୁ କଟକ କୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ନେଇ ସେ ପ୍ରଶ୍ନ ଉଠାଇଛନ୍ତି I
ମୃତ ଏସିଏଫଙ୍କ ପରିବାର ସୌମ୍ୟଙ୍କ ପତ୍ନୀ, ଗଜପତି ଡିଏଫଓ ଏବଂ ରୋଷେଇଆ ଙ୍କ ବିରୋଧରେ ଅଭିଯୋଗ କରିବା ପରେ ପାରଳାଖେମୁଣ୍ଡି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଗତକାଲି ପାରଳାଖେମୁଣ୍ଡି ପୋଲିସର ଏକ ୬ ଜଣିଆ ଟିମ୍ ବାଲେଶ୍ୱର ଜିଲ୍ଲାରେ ଥିବା ଅଭିରାମ ମହାପାତ୍ରଙ୍କ ବାସଭବନ ଯାଇ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ। ଏହି ଟିମ୍ ମୟୂରଭଞ୍ଜ ଜିଲ୍ଲା ଯାଇ ସୌମ୍ୟ ଙ୍କ ପତ୍ନୀଙ୍କୁ ମଧ୍ୟ ପଚରାଉଚରା କରିଥିବା ଜଣାଯାଇଛି I

Launching Ceremony of “AYUSHMAN BHARAT

Comments are closed.