ଗରମ ଲାଗିଲେ ଆମେ ସଙ୍ଗେ ସଙ୍ଗେ ଏୟାର କୁଲର ଅନ୍ କରି ଦେଇଥାଉ । ଦିନକୁ ଦିନ ତାପମାତ୍ରା ଯେପରି ଭାବରେ ବୃଦ୍ଧି ପାଉଛି ବିନା ଏସି କିମ୍ବା କୁଲରରେ ରହିବା କଷ୍ଟ । ଏହି କାରଣରୁ ଖରାଦିନ ଆସୁ ଆସୁ ଏସି କୁଲରର ଦାମ୍ ବଢିଯାଏ । ବହୁ ସମୟରେ ଚଢା ଦାମ୍ରେ ଆମେ ଏହା କିଣିବା ସହିତ ଏଥିପାଇଁ ଅଧିକ ବିଜୁଳି ବିଲ୍ ମଧ୍ୟ ଭରିବାକୁ ପଡିଥାଏ । ଏବେ କି;ୁ ଆପଣ ଏହିସବୁ ଟେନସନ୍ରୁ ମୁକ୍ତି ପାଇବାକୁ ଏକ ବିକଳ୍ପ ବାଟ ଖୋଲି ଯାଇଛି । ଏହି ବିକଳ୍ପର ନାମ ହେଉଛି କୁଲିଂ ବେଡ୍ ସିଟ୍ ।
ଏହାକୁ ଆପଣ ଖଟ ଉପରେ ବିଛାଇବା ମାତ୍ରେ ବରଫ ପରି ଥଣ୍ଡା ଅନୁଭୂତ ହେବ । କୁଲିଂ ଜେଲ୍ ମେଟ୍ରେସ୍ ନାମରେ ଏହା ବଜାରକୁ ଆସିଗଲାଣି । ଏଡାର ଦାମ୍ ବି ବେଶୀ ନୁହେଁ । ତେବେ ଏହି ଚାଦର କିପରି ବରଫ ପରି ଥଣ୍ଡା ଅନୁଭବ ଆଣି ଦେଉଛି ଆସ;ୁ ଜାଣିବା । ଏହି ଚାଦରରେ ଜେଲ୍ ଟେକନିକ୍ର ଉପଯୋଗ କରାଯାଇଛି । ଏଥିରେ କୌଣସି ଫ୍ୟାନ୍ କିମ୍ବା ଏସି ପରି ଟେକନିକ୍ ଉପଯୋଗ କରାଯାଇ ନାହିଁ । ଏହାକୁ ସକେଟ୍ରେ ଲଗାଇବା ପରେ ଏହା ଭାଇବ୍ରେସନ ହୁଏ ନାହିଁ ।
ଏହା ପୁରାପୁରି ଶବ୍ଦହୀନ ଭାବେ କାର୍ଯ୍ୟ କରିଥାଏ । ଏହି ଚାଦର ମଇଳା ହେଲେ ଆପଣ ମଧ୍ୟ ଏହାକୁ ସହଜରେ ସଫା କରିପାରିବେ । ଏହାକୁ ସଫା କରିବାକୁ ଏକ ଓଦା କପଡାର ବ୍ୟବହାର କରିପାରିବେ । କି;ୁ ଆପଣ ଏହାକୁ ପାଣିରେ ସିଧା ଧୋଇପାରିବେ ନାହିଁ । ଏହାକୁ ପାଣି ଠାରୁ ମଧ୍ୟ ଦୂରେଇ ରଖିବେ । ଏହି ଚାଦରକୁ କେବଳ ଅତି ଗରମ ପଡିଲେ ବ୍ୟବହାର କରାଯାଇ ପାରିବ । କାରଣ ସକେଟ୍ରେ ଫିଟ୍ କରିବା ପରେ ଏହା ମାତ୍ର କିଛି ମିନିଟ୍ ମଧ୍ୟରେ ବରଫ ପରି ଥଣ୍ଡା ହୋଇଯାଇଥାଏ ।

Comments are closed.