ରଙ୍ଗ ବଦଳାଉଥିବା ହୀରା

ବୈଜ୍ଞାନିକମାନେ ଏପରି ଏକ ହୀରା ଆବିଷ୍କୃତ କରିଛନ୍ତି, ଯାହା ତାପମାତ୍ରା ହ ୍ରାସ ହେବା ଦ୍ୱାରା ରଙ୍ଗ ବଦଳାଇବା ଆରମ୍ଭ କରେ । ଏହି ହୀରା ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ରଖାଗଲେ ଧୂସରରୁ ହଳଦିଆ ରଙ୍ଗରେ ପରିବର୍ତ୍ତିତ ହୋଇଥାଏ । ବୈଜ୍ଞାନିକମାନେ ଏକ ନୂତନ ପ୍ରକାରର ରଙ୍ଗ ପରିବର୍ତ୍ତନକାରୀ ହୀରା ଆବିଷ୍କାର କରିଛନ୍ତି, ଯାହା ପ୍ରସିଦ୍ଧ ଏଣ୍ଡୁଅ ହୀରା ଠାରୁ ଭିନ୍ନ । ‘କ୍ରାୟୋଜୋନିକ’ ହୀରା ନାମରେ ଏହି ହୀରା ଜଣାଶୁଣା ।

କାର୍ଲିଫର୍ଣ୍ଣିଆ ନୁ୍ୟଜ୍‌ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହାର ଅନୁସନ୍ଧାନ ଜେମୋଲୋଜିକାଲ ଇନଷ୍ଟିଚୁ୍ୟଟ୍‌ ଅଫ୍‌ ଆମେରିକାର (ଜିଆଇଏ) ଷ୍ଟିଫାନି ପର୍ସାଉଡ୍‌ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି କି ଏହା ମୂଲ୍ୟ କେତେ ହୋଇପାରେ । ଏହି ହୀରା ମାଇନସ୍‌ ୧୯୬ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରଙ୍ଗ ପରିବର୍ତ୍ତନ କରିଥାଏ । ଗ୍ରାହକଙ୍କ ପାଇଁ ହୀରାର ରେଟିଂ କରୁଥିବା ସମୟରେ ପାର୍ସଉଡ୍‌ ଏହି ହୀରାକୁ ପାଇଥିଲେ । ରଙ୍ଗ ବଦଳାଉଥିବା ହୀରା ପ୍ରଥମ ଥର ପାଇଁ ୧୮୬୬ରେ ପ୍ୟାରିସର ଜଣେ ହୀରା ବ୍ୟବସାୟୀ ଜର୍ଜସ୍‌ ହାଫେନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା ।

ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଜାଣିପାରିନାହାନ୍ତି ଯେ ଏହି ହୀରା କିପରି ଭାବେ ରଙ୍ଗ ପରିବର୍ତ୍ତନ କରିପାରୁଛି । ଏହା ଏକ ରହସ୍ୟ ହୋଇ ରହିଛି । ହେଲେ ଏପରି କିଛି ହୀରା ଅଛି, ଯାହା ୨୦୦ ଡିଗ୍ରୀ ତାପମାତ୍ରାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଅନ୍ଧାରରେ ରଖିବା ପରେ ରଙ୍ଗ ବଦଳିଥାଏ । ଆଲୋକ, ଉତ୍ତାପ ଏବଂ ଏବେ ଥଣ୍ଡା ସଂସ୍ପର୍ଶରେ ଆସିବା ପରେ ହୀରାର ରଙ୍ଗ ପରିବର୍ତ୍ତିତ ହେଉଛି । ବିରଳ ହୀରା ହେଉଥିବାରୁ ଏସବୁ ସମ୍ପର୍କରେ କିଛି ତଥ୍ୟ ଏପର୍ଯ୍ୟନ୍ତ ମିଳିପାରୁନାହିଁ । ଏହାର ଅର୍ଥ ହେଉଛି ଗବେଷକମାନଙ୍କ ହାତରେ ଗବେଷଣା ପାଇଁ ଏହି ହୀରା କେବେ ବି ପହଞ୍ଚିପାରୁନାହିଁ । ଜିଆଇଏର ପଲ୍‌ ଜନସନ୍‌ଙ୍କ କହିବା ଅନୁଯାୟୀ ଏହି ହୀରା ଅତ୍ୟନ୍ତ ମୂଲ୍ୟବାନ ହୋଇପାରେ ।

Launching Ceremony of “AYUSHMAN BHARAT

Comments are closed.