ଚିପ୍‌ ବଢାଇବ ଦୁଗ୍ଧ ଉତ୍ପାଦନ

ନିକଟରେ ରୁସ ବୈଜ୍ଞାନିକମାନେ ଏକ ଅଭିନବ ସାମଗ୍ରୀର ଉଦ୍ଭୁାବନ କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ରୁସ ବୈଜ୍ଞାନିକମାନେ ସେଠିକାର ଗାଈଙ୍କ ମୁଣ୍ଡରେ ଏକ ଚିପ୍‌ ଇନସର୍ଟ କରୁଛନ୍ତି ଯାହା ସାହାଯ୍ୟରେ ଏହି ଗାଈ ମାନଙ୍କର ଦୁଗ୍ଧ ଉତ୍ପାଦନର ପରିମାଣ ବଢୁଛି । ରୁସର ଏକ ଷ୍ଟାର୍ଟଅପ କମ୍ପାନୀ ନେୟରୀ ଦୁଗ୍ଧ ଉତ୍ପାଦନକୁ ବଢାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ଏହା ଗାଈଙ୍କ ମସ୍ତିଷ୍କରେ ଏକ ଚିପ ଭଳି ନ୍ୟୁରୋ ଇମ୍ପ୍ଲାଣ୍ଟ କରୁଛି, ଯାହାର ସିଧା ପ୍ରଭାବ ଗାଈଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତା ଉପରେ ପଡୁଛି । କମ୍ପାନୀ ପକ୍ଷରୁ କିଛି ଗାଈଙ୍କ ଉପରେ ଏହାର ପରୀକ୍ଷଣ ମଧ୍ୟ କରାଯାଇଛି । ସେହିଭଳି ଏହି ଇମ୍ପ୍ଲାଣ୍ଟରେ ଗାଈଙ୍କର କୌଣସି କ୍ଷତି ହେଉନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାକୁନେଇ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ବୈଜ୍ଞାନିକ ଏଭଳି ପରୀକ୍ଷଣକୁ ବିରୋଧ କରୁଥିବା ମଧ୍ୟ ସୂଚନା ରହିଛି ।

Launching Ceremony of “AYUSHMAN BHARAT

Comments are closed.