ପୁଅକୁ ନଖେଳାଇବାରୁ କ୍ରିକେଟ ଗ୍ରାଉଣ୍ଡରେ ମାଆଙ୍କ ହଙ୍ଗାମା

ଭୁବନେଶ୍ୱର : ଭୁବନେଶ୍ୱର କ୍ରିକେଟ ଆସୋସିଏସନରେ କେଳେଙ୍କାରୀ ନେଇ ହୋଇଛି ଅଭିଯୋଗ । ଖେଳାଳି ଚୟନରେ କୋଚ୍ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛନ୍ତି ଚୂଡାନ୍ତ ଏକାଦଶରୁ ବାଦ ପଡ଼ିଥିବା ଜଣେ ଖେଳାଳିଙ୍କ ମା’ । ଆଜି କଟକ କଟକ ସନ ସାଇନ୍ ଗ୍ରାଉଣ୍ଡରେ ୧୯ ବର୍ଷରୁ କମ ବୟସ ବର୍ଗର ମ୍ୟାଚ ଚାଲିଥିବାବେଳେ, ପୁଅକୁ ଟିମରେ ଖେଳିବା ପାଇଁ ସୁଯୋଗ ନ ହେବାରୁ ମା’କରିଥିଲେ ହଙ୍ଗାମା । କୋଚ ବିବିସିସି ମହାପାତ୍ରଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିବା ସହିତ ପିଚ ଉପରେ ବସି ଧାରଣା ଦେଲେ ଖେଳାଳିଙ୍କ ମାଆ। ଫଳରେ ମ୍ୟାଚ ଖେଳିବାରେ ବାଧା ସୃଷ୍ଟି ହୋଇଥିଲା। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନା ଅନୁସାରେ, ଓ.ସି.ଏ ଦ୍ୱାରା ପରିଚାଳିତ ହେଉଛି ୧୯ ବର୍ଷରୁ କମ ବୟସ ବର୍ଗର ଟୁର୍ନାମେଣ୍ଟ। ତେବେ ଏହି ପ୍ରତିଯୋଗିତାରେ ଭୁବନେଶ୍ୱର A ଟିମ ର ସଦସ୍ୟ ଭାବେ ଅଛନ୍ତି ଆୟୁଷ ମହାନ୍ତି। ଆୟୁଷ ଜଣେ ଭଲ ଖେଳାଳି ହୋଇଥିବା ସତ୍ୱେ ଆୟୁଷଙ୍କୁ ୧୧ ଜଣିଆ ଟିମରେ ଖେଳା ଯାଉନାହିଁ। ଟିମର ଚୂଡାନ୍ତ ଏକାଦଶରୁ ବାଦ ପଡ଼ିଥିବାରୁ ପୁଅ ଆୟୁଷ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସେ କହିଛନ୍ତି । ପୁଅର ମାନସିକ ଅବସ୍ଥା ଦେଖି ମାଆ ଲିଜା ଓ ବାପା ଦିବାକର ମହାନ୍ତି ସନସାଇନ ଗ୍ରାଉଣ୍ଡରେ ପହଞ୍ଚି ମ୍ୟାଚ ଚାଲିଥିବା ବେଳେ କୋଚଙ୍କୁ ବିରୋଧ କରି ହଙ୍ଗାମା କରିଥିଲେ ।

ତେବେ କୋଚଙ୍କ ଉପରେ ହୋଇଥିବା ଅଭିଯୋଗ ଉପରେ କୋଚ୍ ବିବିସିସି ମହାପାତ୍ର କହିଛନ୍ତି ଯେ, ଆମ ଖେଳ ପାଇଁ ଭଲ ଖେଳାଳିଙ୍କ ଆବଶ୍ୟକତା ରହିଛି। ଆମେ ଆୟୁଷକୁ ୩ ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ଦେଇଚୁ ହେଲେ ସେ ଖରାପ ପ୍ରଦର୍ଶନ କରିବାରୁ ଆମେ ଅନ୍ୟ ପିଲାଙ୍କୁ ସୁଯୋଗ ଦେଲୁ। ଏଥିରେ କାହାର ତାଙ୍କ ପ୍ରତି ବ୍ୟକ୍ତିଗତ ରାଗ ନାହିଁ। କେବଳ ଖେଳରେ ଭଲ ପ୍ରଦର୍ଶନ ନ କରିବାରୁ ଆମେ ଏହିପରି ନିଷ୍ପତି ନେଇଛୁ।

Govt

Comments are closed.