EWSଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷିତ କୋଟା: ସୁପ୍ରିମକୋର୍ଟ

ଦିଲ୍ଲୀ: ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ଏଥର EWS (ଇକୋନୋମିକ୍‌ ୱିକର୍‌ ସେକ୍ସନ୍‌) ବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ତଥା ଗରିବ ଲୋକଙ୍କର ୧୦ ପ୍ରତିଶତ କୋଟା ମହଜୁତ ରହିବ । EWS ଲୋକଙ୍କୁ କୋଟା ପ୍ରଦାନ ବା ସଂରକ୍ଷଣକୁ ଚ୍ୟାଲେଞ୍ଜ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ ଉକ୍ତ ନିଷ୍ପତ୍ତି ଶୁଣାଇଛନ୍ତି ।

ସୁପ୍ରିମ କୋର୍ଟର ମୁଖ୍ୟବିଚାରପତି ୟୁୟୁ ଲଲିତଙ୍କ ଗଠିତ ୫ ଜଣିଆ ଖଣ୍ଡପୀଠରେ ଏପରି ଶୁଣାଣି ଆଜି ହୋଇଛି । ୫ ଜଜ୍‌ ବେଞ୍ଚ ମଧ୍ୟରୁ ଚାରିଜଣ ବିଚାରପତି ସମ୍ବିଧାନର ୧୦୩ ତମ ସଂଶୋଧନ ଅଧିନିୟମ ୨୦୧୯ କୁ ସମର୍ଥନ କରିଛନ୍ତି । ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀ, ଜଷ୍ଟିସ୍‌ ବେଲା ତ୍ରିବେଦୀ ଏବଂ ଜଷ୍ଟିସ୍‌ ଜେ.ବି ପାରଦୀୱାଲା EWS ସଂରକ୍ଷଣ ନିଷ୍ପତ୍ତିକୁ ସମର୍ଥନ କରିଥିଲା ବେଳେ ଜଷ୍ଟିସ୍‌ ରବିନ୍ଦ୍ର ଭଟ୍ଟ ଏହାଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ।

A Key Supreme Court Decision On Quota For Poor (EWS) Today

ଜଷ୍ଟିସ୍‌ ମାହେଶ୍ୱରୀ ତାଙ୍କ ମତ ପ୍ରକାଶ ସମୟରେ କହିଛନ୍ତି,EWS କୋଟା ସମ୍ବିଧାନର କୌଣସି ବ୍ୟବସ୍ଥାକୁ ଉଲ୍ଲଂଘନ କରେ ନାହିଁ । EWS ସଂରକ୍ଷଣ ସଠିକ୍‌ ଅଟେ । ଏପରିକି ଏହି ଭାରତର ସମ୍ବିଧାନର ମୌଳିକ ଗଠନକୁ ଉଲ୍ଲଂଘନ କରେ ନାହିଁ ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ କୋଟା ବଳବତ୍ତର ରହିବ ଏବଂ ସେମାନଙ୍କୁ ସରକାରୀ ଚାକିରି ଓ ଉଚ୍ଚଶିକ୍ଷାରେ ୧୦ ପ୍ରତିଶତ କୋଟା ମିଳିବ ।

Govt

Comments are closed.