ଜାପାନ: ସେପ୍ଟେମ୍ବର ୨୨: ଉପଯୁକ୍ତ ଶୟନ ପ୍ରତି ମନୁଷ୍ୟଙ୍କ ନିତ୍ୟାନ୍ତ ଆବଶ୍ୟକ । ପ୍ରତିଦିନ ୮ ଘଣ୍ଟା ଶୋଇବା ଜରୁରୀ ବୋଲି ଡାକ୍ତରମାନେ ମଧ୍ୟ ସର୍ବଦା ପରାମର୍ଶ ଦେଉଛନ୍ତି । ଯଦି ଜଣେ ବ୍ୟକ୍ତି ମାତ୍ର ୩୦ ମିନିଟ ଶୁଏ, ତାହେଲେ ଆପଣ କ’ଣ କହିବେ । ତାହା ପୁଣି ଏକ ବର୍ଷ ନୁହେଁ କି ୨ ବର୍ଷ ନୁହେଁ ବରଂ ୧୨ ବର୍ଷ ଧରି ଜଣେ ବ୍ୟକ୍ତି ପ୍ରତିଦିନ ମାତ୍ର ୩୦ ମିନିଟ ଶୋଇଥାଏ । ଏହା ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ହେଲେ ଏ ଖବର ସମ୍ପୂର୍ଣ୍ଣ ସତ୍ୟ ।
ସୋସିଆଲ ମିଡିଆରେ ଏବେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଜାପାନରେ ରହୁଥିବା ଡାଏସୁକେ ହୋରି ଲଗାତାର ୧୨ ବର୍ଷ ହେବ ମାତ୍ର ୩୦ ମିନିଟ ହିଁ ଶୋଇଥାନ୍ତି । ବର୍ତ୍ତମାନ ତାଙ୍କୁ ୩୬ ବର୍ଷ । ଡାଏସୁକେଙ୍କ ଅନୁଯାୟୀ ସେ ନିଦ୍ରାକୁ ସମ୍ପୂର୍ଣ୍ଣ କାବୁ କରିପାରିଛନ୍ତି । ମାତ୍ର ୩୦ ମିନିଟ ଶୋଉଥିଲେ ବି ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନାହିଁ । ତାଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏନେଇ କୌଣସି ପ୍ରଭାବ ପଡ଼ୁନାହିଁ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଡାଏସୁକେ କହିଛନ୍ତି । ସେ ଏବେ ଜାପାନ ଶର୍ଟ ସ୍ଲିପ୍ ଆସୋସିଏସନର ଚ୍ୟାୟେରମ୍ୟାନ ପଦବୀରେ ନିଯୁକ୍ତ ଅଛନ୍ତି । ଡାଏସୁକେ ନିଜେ କମ ଶୋଉଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ କମ୍ ଶୋଇବା ପାଇଁ ଟ୍ରେନିଂ ଦେଉଛନ୍ତି । ଏହି ଖବର ପ୍ରଘଟ ପରେ ଏକ ସ୍ଥାନୀୟ ନୁ୍ୟଜ ଚ୍ୟାନେଲ ଡାଏସୁକେଙ୍କ ସହ ୩ ଦିନ ସମୟ ବିତାଇଥିଲେ, ଯାହା ଦ୍ୱାରା ଡାଏସୁକେ ସତ କହୁଛନ୍ତି ବୋଲି ପ୍ରମାଣିତ ହୋଇଥିଲା ।
Comments are closed.