ଏଲିଅନ୍ ଅର୍ଥାତ୍ କୌଣସି ଅନ୍ୟ ଗ୍ରହର ଜୀବ । ଏଲିଅନ୍କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଚର୍ଚ୍ଚା ହୋଇ ଆସୁଛି । କିନ୍ତୁ ଏବେ ଜଣେ ବ୍ୟକ୍ତି ସମୁଦ୍ର କୂଳରେ ଏହି ଏଲିଅନ୍ ଦେଖିଛନ୍ତି ବୋଲି ଖବର ମିଳିଛି । ବ୍ୟକ୍ତି ଜଣକ ସମୁଦ୍ର କୂଳରେ ବୁଲୁଥିବା ବେଳେ ଏକ ଅଜବ ଜିନିଷ ଉପରେ ତାଙ୍କର ନଜର ପଡିଥିଲା । ପ୍ରଥମେ ସେ ଏହାକୁ ଏକ ଫଳର ଖଣ୍ଡ ବୋଲି ଭାବିଥିଲେ । କିନ୍ତୁ ପରେ ସେ ଏହା ପାଖକୁ ଯାଇ ଯାହା ଦେଖିଥିଲେ ସେଥିରେ ସେ ସ୍ତବ୍ଧ ହୋଇଯାଇଥିଲେ ।
ଘଟଣାଟି ହେଉଛି ସ୍କଟଲ୍ୟାଣ୍ଡର । ଏଠିକାର ମାଇକ୍ ଆର୍ନାଟ୍ ନାମକ ଜଣେ ୩୩ ବର୍ଷୀୟ ବ୍ୟକ୍ତି ସମୁଦ୍ର କୂଳରେ ଜୀବିତ ଏଲିଅନ୍ ଦେଖିଥିବା ନେଇ ଦାବୀ କରିଛନ୍ତି । ଏଡିନବର୍ଗର ପୋର୍ଟେବେଲୋ ବିଚ୍ରେ ଏହି ଜୀବ ଦେଖିବାକୁ ମିଳିଛି । ମାଇକ୍ ବାଲି ଉପରେ ସବୁଜ ରଙ୍ଗର ଏହି ଅଜବ ଜୀବକୁ ଦେଖି ଚକିତ ହୋଇପଡିଥିଲେ । ଏହାର ବାହାର ପଟେ ଛୁଞ୍ଚି ପରି ଦାଢୁଆ ପରସ୍ତ ଓ ଛୋଟ ଛୋଟ ପାଦ ରହିଛି ବୋଲି ସେ କହିଛନ୍ତି । ଏହି ବିଚିତ୍ର ଜୀବର ଫଟୋ ଏବେ ସୋସିଆଲ୍ ମିଡିଆରେ ସେୟାର କରାଯାଇଛି ଓ କ୍ୟାପସନ୍ରେ ଲେଖାଯାଇଛି ସ୍କଟିସ୍ ସମୁଦ୍ର ତଟରେ ସବୁଜ ଏଲିଅନ୍ର ସନ୍ଧାନ ମିଳିଛି ।

Comments are closed.