ପଶ୍ଚିମ ୟୁରୋପୀୟ: ପଶ୍ଚିମ ୟୁରୋପୀୟ ଦେଶ ବେଲଜିୟମରେ ଟିକାକରଣ ହେରଫେର୍ର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏହି ଦେଶର ଜଣେ ଯୁବକ ୮ ଥର କରୋନା ଟିକା ନେଇଥିବା ଅପରାଧରେ ଗିରଫ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯୁବକ ଜଣଙ୍କ ନବମ ଥର କରୋନା ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରରେ ପହଞ୍ଚିବା ପରେ ଗିରଫ କରାଯାଇଥିଲା । ଉଲୁନ ଅଞ୍ଚଳର ୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଶୋର୍ଲରାୟ ସହରରେ ଏହି ଘଟଣା ଘଟିଛି, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା କରାଯାଉଛି । ଅର୍ଥ ନେଇ ଅନ୍ୟ ବ୍ୟକ୍ତିଙ୍କ ବଦଳରେ ନିଜେ ଟିକା ଲଗାଉଥିବା ଯୁବକ ଧରାପଡ଼ିଛି ।
ବେଲଜିୟମ ମିଡିଆ ରିପୋର୍ଟ ଅନୁଯାୟୀ, ଟିକା ନପାଇ ଟିକାକରଣ ପ୍ରମାଣପତ୍ର ଚାହୁଁଥିବା ବ୍ୟକ୍ତିଙ୍କ ସହ ଏହି ଅଭିଯୁକ୍ତ ଯୁବକ ଯୋଗାଯୋଗ କରୁଥିଲେ । ଏପରି ଲୋକଙ୍କଠାରୁ ପ୍ରଚୁର ପରିମାଣର ଅର୍ଥ ନେଇ ଯୁବକ ନିଜେ ତାଙ୍କ ସ୍ଥାନରେ ଟିକା ନେବାକୁ ଯାଉଥିଲେ । ଲଗାତାର ଟିକା ନେବା କାରଣରୁ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ ନବମ ଥର ପାଇଁ ଆସିବା ପରେ ପୋଲିସକୁ ଜଣାଇଥିଲେ । ତେବେ ସବୁଠୁ ବଡ଼ ଆଚମ୍ବିତର କଥା ହେଉଛି ଯେ ଏତେ ପରିମାଣର ଟିକା ପାଇବା ପରେ ମଧ୍ୟ ଯୁବକଙ୍କ ଶରୀର ଉପରେ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇନାହିଁ । ସେପଟେ ଓମିକ୍ରନ ବିପଦ ମଧ୍ୟରେ ବେଲଜିୟମରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ଚେଷ୍ଟା କରାଯାଉଛି । ୨୬ ଡିସେମ୍ବରରୁ ଇନଡୋର ମାର୍କେଟ, ସିନେମାଘର, ଥିଏଟର୍ସ ଏବଂ କଂସର୍ଟ ହଲ୍ ବନ୍ଦ କରାଦିଆଯିବ ।

Comments are closed.