ସାଉଦି ଆରବରେ ଖୁବଶୀଘ୍ର ସ୍କାଏ ଷ୍ଟାଡିୟମର ନିର୍ମାଣ ହେବାକୁ ଯାଉଛି, ଯାହା ଆକାଶରେ ତିଆରି ହୋଇଥିବା ପ୍ରଥମ ଷ୍ଟାଡିୟମ । ନିକଟରେ ଏହାର ଝଲକ ଦେଖିବାକୁ ମିଳିଛି ଯାହାପରେ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । ଷ୍ଟାଡିୟମକୁ ନେଓଏମ୍ ସିଟିର ଦି ଲାଇନ୍ ପ୍ରୋଜେକଫ ଅଧିନରେ ନିର୍ମାଣ କରାଯାଉଛି । ଏହା ରେଗିସ୍ତାନ ପରତ ଠାରୁ ୩୫୦ ମିଟର ଉଚ୍ଚରେ ନିର୍ମାଣ ହେଉଛି । ଏହି ଷ୍ଟାଡିୟମଟି ସମ୍ପୂର୍ଣ୍ଣଭାବେ ନବୀକରଣ ଉର୍ଜାରେ ପରିଚାଳିତ ହେବ । ଏହି ଷ୍ଟାଡିୟମରେ ୫୦ ହଜାର ଦର୍ଶକ ବସିବାର ବ୍ୟବସ୍ଥା ରହିଛି । ରିପୋର୍ଟ ଅନୁସାରେ ଷ୍ଟାଡିୟମ ୨୦୩୨ ପର୍ଯ୍ୟନ୍ତ ନିର୍ମାଣ ହୋଇଯିବ । ୨୦୩୪ ଫିଫା ଓ୍ୱାଲïର୍ କପ୍ ଏଥିରେ ଖେଳାଯିବାକୁ ଯୋଜନା କରାଯାଇଛି । ସେହିଭଳି ଏହି ଷ୍ଟାଡିୟମକୁ ନିର୍ମାଣ କରିବାକୁ ୮,୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
