ଲୋଭ

0

ପିଲାଦିନେ ଗୁରୁଜନମାନେ ଗପ ମାଧ୍ୟମରେ ଛୋଟ ଛୁଆଙ୍କୁ ଜୀବନର ମୂଲ୍ୟବୋଧ ସମ୍ପର୍କରେ ବୁଝାଇଥାଆନ୍ତି । ଏଭଳି ଅନେକ ଗପ ପିଲାଦିନେ ସମସ୍ତେ ଆଈମା ହେଉ କିମ୍ବା ଜେଜେବାପା ସମସ୍ତଙ୍କ ପାଖରୁ ଶୁଣିଥାଆନ୍ତି । ଆସନ୍ତୁ ପଢିବା ସେହିଭଳି ଏକ ଗପ ସମ୍ପର୍କରେ ।

ଗପଗପରେ ପିଲାଙ୍କୁ କିଭଳି ଜୀବନର ନୀତିଶିକ୍ଷା ଦେଇହେବ ସେଥିପାଇଁ ବଡମାନେ ସବୁବେଳେ ଚେଷ୍ଟିତ ଥାଆନ୍ତି । ଏଭଳି ଅନେକ ଗପ ଅଛି ଯାହା ଧୀରେଧୀରେ ହଜିଯିବାରେ ଲାଗିଛି । ହେଲେ ଏହି ଗପରେ ଅନେକ ନୀତିଶିକ୍ଷା ଲୁଚି ରହିଛି । ସେହିଭଳି ଏକ ଗପ ହେଲା କୁକୁରର ଲୋଭ । ଏକଦା ଗୋଟିଏ କୁକୁର ପାଟିରେ ମାଂସ ଖଣ୍ଡେ ଧରି ଧୀରେଧୀରେ ମନଖୁସିରେ ଯାଉଥାଏ । ମନଖୁସିରେ ଲାଞ୍ଜଲାଞ୍ଜ ହଲାଇ ହଲାଇ ଆଗକୁ ବଢୁଥାଏ । ତେବେ ତାର ଯିବା ରାସ୍ତାରେ ଗୋଟିଏ ଝରଣା ପଡିଲା । ସେହି ଝରଣାକୁ ପାର କରିବା ପାଇଁ ଲୋକମାନେ ଏହା ଉପରେ ଗୋଟିଏ କାଠ ଗଡ ପକାଇଥାଆନ୍ତି । ଏହାରି ଉପରେ ଲୋକମାନେ ଯାଆସ କରିଥାଆନ୍ତି । ଏହି ରାସ୍ତାରେ କୁକୁରଟି ମଧ୍ୟ ଝରଣା ପାର କରିବାକୁ ଲାଗିଲା । ତେବେ ଏହି ସମୟରେ ଖୁବ ଜୋରେ ଖରା ହେଉଥାଏ, ଯାହା ଫଳରେ ପାଣିରେ ଛାଇ ପଡୁଥାଏ । ସେହିକ୍ରମରେ କୁକୁରର ଛାଇ ମଧ୍ୟ ପାଣିରେ ପଡିଲା । ଯେତେବେଳେ କୁକୁରଟି ତାର ଛାଇ ପାଣିରେ ଦେଖିଲା, ତାକୁ ଆଉ ଏକ କୁରୁକ ଦେଖାଗଲା । ତାର ପାଟିରେ ମଧ୍ୟ ମାଂସ ଖଣ୍ଡେ ସେ ଦେଖିବାକୁ ପାଇଲା । ତାକୁ ମାଂସ ଦେଖି ଲୋଭ ହେଲା । ଆଉ ଖଣ୍ଡେ ମାଂସ ପାଇବା ଆଶାରେ ସେ ଭୋ ଭୋ କରି ଭୁକିବାକୁ ଲାଗିଲା । ହେଲେ ସେ ମାଂସ ଦେଖି ଏତେ ଲୋଭ କରିଥିଲା ଯେ ଭୁଲି ଯାଇଥିଲା ତାର ପାଟିରେ ମାଂସ ଖଣ୍ଡେ ଅଛି । ତେବେ ଯେପରି କୁକୁର ନିଜ ପାଟି ଖୋଲିଛି ତା ପାଟିରେ ଥିବା ମାଂସଟି ପାଣିରେ ଖସି ପଡିଲା । ଏହାପରେ ଅନ୍ୟ କୁକୁର ପାଟିରୁ ମଧ୍ୟ ମାଂସଟି ହଜାଯାଇଥିଲା, କାରଣ ଏହା ତାର ହିଁ ଛାଇ ଥିଲା । ତେଣୁ କୁକୁରଟି ତାର ଲୋଭ ପାଇଁ ନିଜ ପାଖରେ ଥିବା ମାଂସଟି ହରାଇଲା । ତେଣୁ ଜୀବନରେ କେବେ ବି ଅନ୍ୟ କାହାର ସାମଗ୍ରୀ ଦେଖି ଲୋଭ କରିବା ଭଲ ନୁହେଁ । ନିଜ ପାଖରେ ଯାହାଥିବ ସେଥିରେ ସନ୍ତୁଷ୍ଟ ରହିବାର ଶିକ୍ଷା ଏହି ଗପ ଦେଇଥାଏ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.