ବିଳାସ ପୂର୍ଣ୍ଣ ଜେଲ୍‌

0

ଡ୍ରଗ୍ସ ଦୁନିଆର ଜଣେ ପରିଚିତ ଚେହେରା ହେଲା କଲମ୍ବିଆର ପେବ୍ଲୋ ଏମିଲିଓ ଏସ୍କୋବାର । ଏହି ଅପରାଧୀ ନାଁରେ ଅନେକ କଥା ଚର୍ଚ୍ଚାରେ ରହିଥାଏ । ଏକ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ ପେବ୍ଲୋ ରହୁଥିବା ଜେଲ୍‌ କୌଣସି ହୋଟେଲ୍‌ଠାରୁ ମଧ୍ୟ କମ ନଥିଲା । ସୂଚନା ଅନୁସାରେ ସେ ନିଜେ ଏହି ଜେଲ୍‌କୁ ଭବ୍ୟ ଭାବେ ଗଢିଥିଲା । ଜେଲ୍‌କୁ ସେ ଏକ ହୋଟେଲ୍‌ର ରୂପରେଖ ଦେଇଥିଲା । ଜେଲ୍‌ରେ ଫୁଟବଲ୍‌ ଗ୍ରାଉଣ୍ଡ, ଝରଣା ଆଦି ରହିଥିଲା । ଲୋକମାନେ ଏହାକୁ ଜେଲ୍‌ ବଦଳରେ ହୋଟେଲ୍‌ ବୋଲି ସମ୍ବୋଧନ କରୁଥିଲେ । ଏସ୍କୋବାର ଏହି ଜେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ ବହୁ ପରିଚିତ ଥିଲା । କଲୋମ୍ବିଆ ସରକାରଙ୍କୁ ଏସ୍କୋବାର ଉପରେ ମକଦ୍ଦମା କରିବାରେ ଓ ତାକୁ ସଜ୍ଜା ଦେବାରେ ଅନେକ ଅସୁବିଧା ହୋଇଥିଲା । କାରଣ ସେଠିକାର ଲୋକ ତାକୁ ଡ୍ରଗ୍ସ ମାଫିଆ ବୋଲି ମାନୁନଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ମତରେ ସେ ସେମାନଙ୍କ ପାଇଁ ଅନେକ କିଛି କରିଛି ତେଣୁ ତାକୁ ସେ ମାଫିଆ ବୋଲି ମାନୁନଥିଲେ । ସେ ରହୁଥିବା ଜେଲ୍‌ରେ ସମସ୍ତ ପ୍ରକାରର ସୁବିଧା ଥିଲା । ସେ ଆତ୍ମସର୍ମପଣ ସମୟରେ ସରକାରଙ୍କ ଆଗରେ ଅନେକ ସର୍ତ୍ତ ରଖିଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.