ପ୍ରଥମ ମିସେସ୍ ୟୁନିଭର୍ସ ସେରି

0

ଭାରତ ପ୍ରଥମଥର ପାଇଁ ମିସେସ୍ ୟୁନିଭର୍ସରେ ବାଜି ମାରିଛି । ପ୍ରଥମଥର ପାଇଁ ସେରି ସିଂ ନାମକ ଜଣେ ମହିଳା ଏହି ମୁକୁଟ ପିନ୍ଧିବାରେ ସଫଳ ହୋଇଛନ୍ତି, ଯାହା ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି ।
ନିକଟରେ ଘୋଷଣା ହୋଇଛି ମିସେସ୍ ୟୁନିଭର୍ସ ପ୍ରତିଯୋଗିତାର ଫଳାଫଳ । ଏଥିରେ ବାଜିମାରିଛନ୍ତି ସେରି ସିଂ ନାମକ ଜଣେ ମହିଳା । ଏହି ପ୍ରିତିଯୋଗିତା ଜିତିବାରେ ସେ ପାଲଟିଛନ୍ତି ପ୍ରଥମ ବିବାହିତା ମହିଳା । ୪୮ଥର ପାଇଁ ଫିଲିପିନ୍ସିରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଭାରତ ଏଥର ବିଶ୍ବ ବିଜେତା ହୋଇଛି । ଯାହା ପୁରା ଦେଶପାଇଁ ଏକ ଗୌରବର ବିଷୟ ପାଲଟିଛି । ସେରି ଜଣେ ମାଆ ହୋଇଥିବାବେଳେ ପୂର୍ବତନ ଜାତୀୟସ୍ତରୀୟ ବାସ୍କେଟ ବଲ ଖେଳାଳୀ । ସେ ସବୁବେଳେ ନିଜ ଉପରେ ବିଶ୍ବାସ ରଖି ଆଗକୁ ବଢିଥାଆନ୍ତି, ଯେଉଁ କାରଣରୁ ଆଜି ତାଙ୍କୁ ଏହି ସଫଳତା ମିଳିପାରିଛି । ଫ୍ୟାଶନପାଇଁ ତାଙ୍କର ଇଚ୍ଛା କାହିଁ କେଉଁ କାଳରୁ ରହିଛି । ସେ ଏହି ପ୍ରତିଯୋଗିତାରେ ଭାଗ ନେବା ଆଗରୁ ଏଥିପାଇଁ ନିଜକୁ ଖୁବ ଭଲଭାବେ ପ୍ରଶିକ୍ଷିତ କରିଥିଲେ । ଏହା ଆଗରୁ ସେ ଫ୍ୟାଶନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ସବୁବେଳେ ମହିଳାମାନଙ୍କର ସଶକ୍ତି କରଣ ପାଇଁ କାର୍ଯ୍ୟ କରିଥାଆନ୍ତି । ଏହାସହ ସେମାନ କିଭଳି ସବୁସ୍ଥାନରେ ଆଗରେ ରହିବେ ସେଥିପାଇଁ ମଧ୍ୟ କାର୍ଯ୍ୟ କରିଥାଆନ୍ତି । ସେହିଭଳି ଏହି ପୁରସ୍କାର ଜିତିବାପରେ ସେ ଏହି କ୍ରାଉନକୁ ଦେଶର ସମସ୍ତ ନାରୀଙ୍କୁ ଉତ୍ସର୍ଗ କରିଥିଲେ । ଯେଉଁମାନେ ସବୁବେଳେ ନିଜ ସ୍ବପ୍ନ ପୂରଣ କରିବାକୁ ଚେଷ୍ଟିତ ରହିବା ସହିତ କାର୍ଯ୍ୟରତ ରହୁଛନ୍ତି ସେମାନଙ୍କ ପାଇଁ ସେ ନିଜ ପୁରସ୍କାରକୁ ଉତ୍ସର୍ଗୀକୃତ କରିଥିଲେ । ସେହିଭଳି ମହିଳା ସବୁବେଳେ ତାଙ୍କର ପ୍ରେରଣାର ଉତ୍ସ ହୋଇଥାଆନ୍ତି ବୋଲି ସେ ମତ ଦେଇଛନ୍ତି । ୧୯୯୦ରେ ଦିଲ୍ଲୀରେ ଜନ୍ମିତ ସେରି ନିଜ ପରିବାର ସହିତ ଲଣ୍ଡନରେ ରହୁଛନ୍ତି । ସେ ନିଜର ଏହି ସଫଳତା ପାଇଁ ନିଜ ସ୍ବାମୀଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ତାଙ୍କ ସ୍ବାମୀ ସବୁବେଳେ ତାଙ୍କୁ କିଛି ବଡ କରିବାକୁ ପ୍ରେରିତ ଓ ସାହାଯ୍ୟ କରିଥାଆନ୍ତି ବୋଲି ସେରି ମତ ଦେଇଛନ୍ତି । ସେରି ନିଜ ସ୍ବାମୀଙ୍କ ଭିତରେ ଜଣେ ଭଲ ସାଙ୍ଗ ଦେଖନ୍ତି ବୋଲି ମତ ଦେଇଛନ୍ତି । ଜଣେ ଜାତୀୟ ସ୍ତରୀୟ ଖେଳାଳୀରୁ ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ଏତେ ଆଗକୁ ଯିବା ତାଙ୍କ ପାଇଁ ଖୁବ ପରିଶ୍ରମ ପୂର୍ଣ୍ଣ ରହିଥିଲା । ସେ ସବୁବେଳେ ତାଙ୍କ ଆତ୍ମବିଶ୍ବାସକୁ ଗୁରୁତ୍ବ ଦେଇଥାଆନ୍ତି ଯେଉଁ କାରଣରୁ ସେ ଆଜି ଏହି ସଫଳତା ପାଇଛନ୍ତି ବୋଲି ଅନେକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.