ଫ୍ୟାଶନରେ ଧୀରେଧୀରେ ଅନେକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ଟ୍ରେଣ୍ଡରେ ରହିଛି ଭିଗାନ୍ ଫ୍ୟାଶନ ଯାହାକୁ ଯୁବପିଢି ଫଲୋ କରୁଥିବା ଦେଖିବାକୁ ମିଳୁଛି । ସେମାନଙ୍କ ଆଗ୍ରହ ଏହି ଫ୍ୟାଶନ ପାଇଁ ଖୁବ ଅଧିକ ବଢୁଥିବା ନଜରକୁ ଆସିଛି ।
ଭିଗାନ ଫ୍ୟାଶନ କହିଲେ ଏଭଳି ପୋଷାକକୁ ବୁଝାଏ ଯେଉଁଗୁ଼ଡିକୁ ବିନା ପଶୁଙ୍କୁ ହାନି ପହଞ୍ଚାଇ ପ୍ରସ୍ତୁତ କରାଯାଇଥାଏ । ଏହି ଫ୍ୟାଶନର ଅର୍ଥ ପୃଥିବୀରେ ଥିବା ସମସ୍ତ ପଶୁଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କୁ ହାନି ନପହଞ୍ଚାଇବା । ବିଗତ କିଛି ବର୍ଷ ଭିତରେ ଫ୍ୟାଶନର ପରିଭାଷା ବଦଳିଛି । ବର୍ତ୍ତମାନ ଲୋକ ଫ୍ୟାଶନ ସହିତ ପରିବେଶର ମଧ୍ୟ ଧ୍ୟାନ ରଖୁଛନ୍ତି । ପରିବେଶ ଉପଯୋଗୀ ଫ୍ୟାଶନ ପିନ୍ଧିବାକୁ ସମସ୍ତେ ଏବେ ବେଶି ଗୁରୁତ୍ବ ଦେଉଛନ୍ତି । ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ଭିଗାନ ଫ୍ୟାଶନ । ଯେଉଁଠାରେ ଲଗଜୁରୀ ସହିତ ସଷ୍ଟେନେବଲର ମଧ୍ୟ ବ୍ୟବହାର ବଢୁଛି । ବିଶେଷଭାବେ ଏହି ଫ୍ୟାଶନ ଲୋକଙ୍କ ଭିତରେ ପ୍ରାଣୀମାନଙ୍କ ସୁରକ୍ଷାକୁ ନେଇ ଏକ ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେଉଛି । ଏହାଦ୍ବାରା ଲୋକମାନେ ଲେଦରକୁ ନାଁ କହି ଏହାର ବିକଳ୍ପକୁ ଆପଣାଉଛନ୍ତି । ଏହି ଫ୍ୟାଶନ ଅଧୀନରେ ବିଭିନ୍ନ ପ୍ରକାର ସାମଗ୍ରୀ ଯେପରି ପୋଷାକ, ଜୋତା. ଚପଲ, ଆସେସରିଜ ଆଦି ସାମିଲ ରହୁଛି । ଏଗୁଡିକ ଲେଦର, ସିଲ୍କ, ଫର, ଫିଦର ଭଳି ପ୍ରାଣୀ ଜାତ ସାମଗ୍ରୀର ବିକଳ୍ପ ଭାବେ ବ୍ୟବହାର କରାଯାଉଛି । ସେହିଭଳି ଏହି ଫ୍ୟାଶନରେ ଲୁକକୁ ଧ୍ୟାନରେ ରଖାଯାଉଛି, ଲୋକଙ୍କୁ ଯେପରି ଷ୍ଟାଇଲରେ କମ୍ପରମାଇଜ କରିବାକୁ ନପଡେ ସେଥିପ୍ରତି ମେକର୍ସମାନେ ଧ୍ୟାନ ଦେଉଛନ୍ତି । ଏଥିରେ ବିଭିନ୍ନ କାଟାଗୋରୀର ସାମଗ୍ରୀ ସାମିଲ ରହିଛି ।
ଭିଗାନ ଫୁଟୱେୟାର
ଦିନ ଥିଲା ଭଲ କମ୍ଫଟେବଲ ଚପଲ ଓ ଜୋତା କଥା ଉଠିଲେ କେବଳ ଲେଦରକୁ ଗ୍ରହଣ କରାଯାଉଥିଲା । ହେଲେ ଧୀରେଧୀରେ କିନ୍ତୁ ଲେଦରର ସ୍ଥାନ ଭିଗାନ୍ ଜୋତା ନେବାରେ ଲାଗିଛି । ଏହି କାଟାଗୋରୀରେ ବିଭିନ୍ନ ପ୍ରକାରର ଯେପରି ସ୍ନିକର, ବୁଟ୍ସ, ସ୍ୟାଣ୍ଡେଲ ତଥା ହିଲ୍ସ ମିଳୁଛି । ଏସମସ୍ତ ସାମଗ୍ରୀକୁ ଫ୍ୟାଶନକୁ ଆଖିରେ ରଖି ପ୍ରସ୍ତୁତ କରାଯାଉଛି । ବିଭିନ୍ନ ଲଗଜୁରୀ ବ୍ରାଣ୍ଡ ବର୍ତ୍ତମାନ ଭିଗାନ ଜୋତା ତିଆରି କରିବା ସହିତ ବଜାରରେ ପ୍ରବେଶ କରୁଛନ୍ତି ।

ବ୍ୟାଗ୍
କେବଳ ଜୋତା ନୁହେଁ ଭିଗାନ ଫ୍ୟାଶନରେ ସାମିଲ ହୋଇଛି ବ୍ୟାଗ ସହିତ ବିଭିନ୍ନ ଆସେସରିଜ୍ ମଧ୍ୟ ସାମିଲ ରହିଛି । ଏହି ତାଲିକାରେ ବ୍ୟାଗ୍ ପ୍ୟାକ, କଲେଜ ବ୍ୟାଗ, ପର୍ସ, ଭ୍ୟାନିଟି, ଘଣ୍ଟା ଆଦି ସବୁ ସାମଗ୍ରୀ ସାମିଲ ରହିଛି । ଯାହା ଆପଣଙ୍କ ଫ୍ୟାଶନକୁ ଖୁବ ଆଗକୁ ନେବ । ଆପଣ ଲେଦରକୁ ଭଲ ପାଉଥିଲେ ମଧ୍ୟ ଏହି ସମସ୍ତ ସାମଗ୍ରୀ ଆପଙ୍କର ଏକ ଭଲ ବିକଳ୍ପ ଭାବେ କାର୍ଯ୍ୟ କରିବ । ଏଥିରେ ଆପଣ ସାଧାରଣ ବ୍ରାଣ୍ଡ୍ ଠାରୁ ଆରମ୍ଭ କରି ଲଗଜୁରୀ ବ୍ରାଣ୍ଡ୍ ପର୍ଯ୍ୟନ୍ତ ସମସ୍ତ କାଟାଗୋରୀର ସାମଗ୍ରୀ ପାଇପାରିବେ । ସେହିଭଳି ଏଗୁଡିକ ଖୁବ ସିମ୍ପଲ ଡିଜାଇନରେ ଉପଲବ୍ଧ ।

ପୋଷାକ
କେବଳ ଯେ ସାମଗ୍ରୀ କି ଜୋତା ତାହା ନୁହେଁ ଭିଗାନ ଫ୍ୟାଶନରେ ପୋଷାକ ମଧ୍ୟ ସାମିଲ ରହିଛି । ଏଥିରେ ଶୀତବସ୍ତ୍ର ଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଟପସ ପର୍ଯ୍ୟନ୍ତ ସବୁ ସାମଗ୍ରୀ ସାମିଲ ରହିଛି । ଏଥିରେ ଟ୍ରେଣ୍ଡରେ ଥିବା ଭଲଭଲ ଡିଜାଇନ୍କୁ ମଧ୍ୟ ସାମିଲ କରାଯାଉଛି । ଯେଉଁ ଗୁଡିକ ଆପଣଙ୍କୁ ଫ୍ୟାଶନେବଲ ରଖିବା ସହିତ ଖୁବ ଭଲ ଲୁକ ଦେବ ।
ଆସେସରିଜ
ଏଥିରେ ବିଭିନ୍ନ ଆସେସରିଜ ମଧ୍ୟ ସାମିଲ ରହିଛି । ଯେପରି ସନ୍ ଗ୍ଲାସ, ମେକଅପ ବ୍ୟାଗ, ଜୁଏଲାରୀ । ଏହି ସମସ୍ତ ସାମଗ୍ରୀକୁ କୌଣସି ପଶୁଙ୍କୁ କ୍ଷତି ନପହଞ୍ଚାଇ ପ୍ରସ୍ତୁତ କରାଯାଉଛି । ପ୍ରାଣୀ ନୁହେଁ ବର୍ଂ ଲାବର ବ୍ୟବହାର କରାଯାଇ ଏହି ସିନ୍ଥେଟିକ ସାମଗ୍ରୀ ଗୁଡିକୁ ପ୍ରସ୍ତୁତ କରାଯାଉଛି । ଯାହାକୁ ସମସ୍ତେ ବ୍ୟବହାର କରିପାରିବେ ।
