ଅଜବ ପ୍ରତିଯୋଗିତା

0

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅଜବ ଅଜବ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ , ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେହିଭଳି ଏକ ପ୍ରତିଯୋଗିତା ନିକଟରେ ଖୁବ ଚର୍ଚ୍ଚା ସାଉଁଟିଛି । ବ୍ରିଟେନରେ ଓ୍ୱାର୍ଲ୍ଡ ଓ୍ୱାର୍ମ ଚାମ୍ପିଅନସିପ ନାମରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ଏହି ପ୍ରତିଯୋଗିତାରେ ଲୋକମାନେ ବିଭିନ୍ନ ସଙ୍ଗୀତ ବାଦ୍ୟ ବଜାଇ ମାଟିତଳୁ ଜିଆଙ୍କୁ ବାହାର କରନ୍ତି । ଏହି ଚାମ୍ପିଅନସିପରେ ୩୦ ମିନିଟ ଧରି ଲୋକମାନେ ଏକ ସ୍ଥାନରୁ ଜିଆମାନଙ୍କୁ ମାଟିତଳୁ ବାହାର କରନ୍ତି । ଯିଏ ସବୁଠାରୁ ଅଧିକ ଜିଆ ମାଟିତଳୁ କାଢିବ ସିଏ ଏହି ପ୍ରତିଯୋଗିତାର ବିଜେତା ହେବ । ଏହି ସମୟରେ ଲୋକମାନେ ହାରମୋନିୟମ, ଗିଟାର, ଭାଓଲିନ ଆଦି ବଜାଇଥାଆନ୍ତି । ତେବେ ଏହି ବାଦ୍ୟ ବାଜିବା ଫଳରେ ଏକ ତରଙ୍ଗ ସୃଷ୍ଟି ହୋଇଥାଏ, ଯାହାକୁ ଜିଆମାନେ ବର୍ଷା ବୋଲି ଆକଳନ କରନ୍ତି । ତେଣୁ ସେମାନେ ମାଟି ତଳୁ ବାହାରକୁ ଆସିବାକୁ ଲାଗନ୍ତି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୬ଥର ଏହି ପ୍ରତିଯୋଗିତାର ଆୟୋଜନ କରାଯାଇସାରିଛି । ଏହାର ଆରମ୍ଭ ୮୦ଦଶକରେ କରାଯାଇଥିଲା । ପ୍ରତିବର୍ଷ ଏହାକୁ ଜୁନର ଶେଷ ଶନିବାରରେ ଆୟୋଜନ କରାଯାଇଥାଏ । ସ୍ଥାନୀୟ ଲୋକଙ୍କ ସହିତ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବାର ଦେଖିବାକୁ ମିଳିଥାଏ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.