ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ

0

ପ୍ରତିବର୍ଷ ୧୧ ଅକ୍ଟୋବର ପାଳିତ ହୋଇଥାଏ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ । ସମଗ୍ର ବିଶ୍ୱରେ ଝିଅମାନେ ସାମନା କରୁଥିବା ଲିଂଗଗତ ଅସମାନତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଏହା ଏକ ପ୍ରୟାସ । ସେମାନଙ୍କ ପାଇଁ ଶିକ୍ଷା ଅଧିକାର, ପୁଷ୍ଟି, ଆଇନ ଅଧିକାର, ସ୍ୱାସ୍ଥ୍ୟସେବା, ହିଂସା, ଭେଦଭାବ ଏବଂ ଅପରିପକ ୍ୱ ବୟସରେ ବିବାହ ଭଳି ଅସମାନତା ବିରୁଦ୍ଧରେ ଲୋକଙ୍କୁ ସଚେତନତା କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ । ୧୧ ଅକ୍ଟୋବର ୨୦୧୨ରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ହୋଇ ଆସୁଛି । ଏହି ଦିବସ ପୁରା ଦୁନିଆରେ ଝିଅମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଥିବା ମାମଲା ବିଷୟରେ ସତେଚନା ସୃଷ୍ଟି କରାଇଥାଏ । କନ୍ୟା ଦିବସ ନା କେବଳ କନ୍ୟାମାନଙ୍କର ସମସ୍ୟା ବିଷୟରେ ସେମାନଙ୍କୁ ସଚେତନ କରାଇଥାଏ ଏବଂ ଏହା ସହିତ କନ୍ୟାମାନଙ୍କୁ ସମସ୍ୟାର ସମାଧାନ କିପରି ହୋଇପାରିବ ତାହାକୁ ମଧ୍ୟ ଧ୍ୟାନ ଦେଇଥାନ୍ତି । ଯଦି ଝିଅମାନଙ୍କୁ ଶିକ୍ଷିତ କରାଯାଏ ତେବେ ସେମାନେ ବାଲ୍ୟ ବିବାହ , ବିଭିନ୍ନ ରୋଗ ଓ ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ, ସେମାନେ ସଚେତନ ହୋଇ ପାରିବେ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.