ହୋଟେଲରେ ରହିବାକୁ ମିଳୁଛି ଅର୍ଥ

0

ସାଧାରଣତଃ ଲୋକମାନେ ହୋଟେଲରେ ରହିଲେ ସେମାନଙ୍କୁ ପଇସା ଦେବାକୁ ହୋଇଥାଏ । ହେଲେ ଆମେରିକାରେ ଏଭଳି ଏକ ହୋଟେଲ ରହିଛି ଯେଉଁଠାରେ ରହିଲେ ଗ୍ରାହକଙ୍କୁ ପଇସା ମିଳିଥାଏ । ଆମେରିକାର ଲାସ ବେଗାସର ଏକ ହୋଟେଲରେ ଏକ ସ୍ୱତନ୍ତ୍ର ଧରଣର ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି ପ୍ରତିଯୋଗିତା ଅଧିନରେ ଯଦି ଜଣେ ବ୍ୟକ୍ତି ହୋଟେଲରେ ରହୁଛନ୍ତି ତେବେ ତାଙ୍କୁ ୪ଲକ୍ଷରୁ ଅଧିକ ଟଙ୍କା ଦିଆଯାଉଛି । ହେଲେ ଏଥିରେ ଏକ ଟୁଇଷ୍ଟ ରହିଛି । ସୂଚନା ଅନୁସାରେ ହୋଟେଲରେ କିଛି ଭୂତପ୍ରେତଙ୍କ ବାସ ରହିଛି । ତେଣୁ ଯେଉଁ ଗ୍ରାହକ ଏଠାରେ ରହିବେ ସେମାନଙ୍କୁ ଏହା ଉପରେ ଅଧିକ ତର୍ଜମା କରିବାର ଅଛି । ତେଣୁ ଏହି ପ୍ରତିଯୋଗିତାର ନାଁ ସେମାନେ ରଖିଛନ୍ତି ହଣ୍ଟେଡ କଣ୍ଟେଷ୍ଟ । ଏହି ହୋଟେଲଟି ସେଠିକାର ସବୁଠାରୁ ପୁରୁଣା ହୋଟେଲ, ଯାହାର ନିର୍ମାଣ ୧୯୪୧ରେ ହୋଇଥିଲା । ତେବେ ବିଗତ ଅନେକ ବର୍ଷ ହେବ ଏଠାରେ ଭୂତପ୍ରେତଙ୍କର ପ୍ରଭାବ ରହିଥିବାନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ରହିଛି । ଏଠାରେ ରହିବାକୁ ଆସୁଥିବା ଅତିଥି ମଧ୍ୟ ଏନେଇ ଅନେକ ସମୟରେ ସୂଚନା ଦେଇଥାଆନ୍ତି ।


Launching Ceremony of “AYUSHMAN BHARAT
Leave A Reply

Your email address will not be published.