ସୋସିଆଲ୍ ମିଡିଆରେ ବର୍ତ୍ତମାନ ଏକ ଅଜବ ମ୍ୟୁଜିୟମ୍ର କିଛି ଭିଡିଓ ଓ ଫଟୋ ଭାଇରାଲ୍ ହେବାରେ ଲାଗିଛି । ଏହି ମ୍ୟୁଜିୟମ୍ରେ ଆକର୍ଷଣୀୟ ପେଣ୍ଟିଂ ସାଙ୍ଗକୁ ଆଶ୍ଚର୍ଯ୍ୟକର ଟେକ୍ନିକ୍, ବିଜ୍ଞାନ ଓ ରଙ୍ଗବେରଙ୍ଗରୟୁନିକ୍ କଳାକୃତିକୁ ସ୍ଥାନ ଦିଆଯାଇଛି । ତେବେ ସବୁଠୁ ଆଶ୍ଚର୍ଯ୍ୟକର ପ୍ରସଙ୍ଗ ହେଉଛି ଏହି ମ୍ୟୁଜିୟମ୍ର ଥିମ୍, ଯାହା ପୁପ୍ ବା ମଳ ଉପରେ ଆଧାରିତ । ଯେଉଁଥିରେ କପ୍କେକ୍, ଆଇସ୍କ୍ରିମ୍ ଆଦି ସମସ୍ତ ସାମଗ୍ରୀକୁ ପୁପ୍ ଭଳି ଡିଜାଇନ୍ କରାଯାଇଛି । ଯାହା ବର୍ତ୍ତମାନ ସୋସିଆଲ୍ ମିଡିଆ ୟୁଜର୍ସଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏହାକୁ ଦେଖିୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଏହି ମ୍ୟୁଜିୟମ୍ଟିକୁ ଜାପାନର ରାଜଧାନୀ ଟୋକିଓରେ ଶୁଭାରମ୍ଭ କରାଯାଇଥିବାବେଳେ ଏହାର ନାଁ ରଖାଯାଇଛିୟୁନକୋ ମ୍ୟୁଜିୟମ୍ । ଟଏଲେଟ୍ ସିଟ୍ କଭର ଥିମ୍ ଥିବା ଏଣ୍ଟ୍ରି ଗେଟ୍ରୁ ଭାଇରାଲ୍ ଭିଡିଓଟି ଆରମ୍ଭ ହୋଇଛି । ଏହି ଗେଟ୍ରେ ପ୍ରବେଶ କରିବା ପରେ କ୍ୟାଣ୍ଡି, କପ୍କେକ୍ ଆଦି ସବୁକିଛିକୁ ପୁପ୍ ବା ମଳ ଆକାରରେ ସଜାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ଏଠାରେ ପୁପ୍ ଲାଇଟ୍ ଶୋ’ ସମେତ ପପ୍ ଗେମ୍ସ, ଟଏଲେଟ୍ ପେପର ଓ ପୁପ୍ ଝୁମର୍ର ଦୃଶ୍ୟ ମଧ୍ୟ ରହିଛି ।

Comments are closed.