ବିଳାସପୂର୍ଣ୍ଣ ବେବି ଷ୍ଟ୍ରୋଲର

ଆଜିକାଲି ଛୋଟ ପିଲାଙ୍କୁ ରାସ୍ତାରେ ସୁବିଧାରେ ନେବା ପାଇଁ ବେବି ଷ୍ଟ୍ରୋଲରର ବ୍ୟବହାର କରାଯାଉଛି । ଏହା ଏକ ଏପରି ଛୋଟ ଯାନ ଯେଉଁଥିରେ ଛୋଟଛୁଆଙ୍କୁ ରଖି ସୁବିଧାରେ ଯାତାୟତ କରିହୋଇଥାଏ । ତେବେ ସୋସିଆଲ ମିଡିଆରେ ଏକ ବେବି ଷ୍ଟ୍ରୋଲର ନିଜ ଦାମକୁ ନେଇ ଖୁବ ଚର୍ଚ୍ଚାରେ ରହିଛି । ଅଷ୍ଟିନ ମାର୍ଟିନ ନାମକ ସଂସ୍ଥା ଏକ ଲଗ୍‌ଜୁରୀ ବେବି ଷ୍ଟ୍ରୋଲର ଲଞ୍ଚ କରିଛି ଯାହାର ଦାମ ରହିଛି ୨. ୯୮ଲକ୍ଷ ଟଙ୍କା । ସମ୍ପୃକ୍ତ କମ୍ପାନୀ ଏକ କାର କମ୍ପାନୀ ହୋଇଥିବାରୁ କାର ସିଟ୍‌ରୁ ପ୍ରେରିତ ହୋଇ ସେ ଏହି ଷ୍ଟ୍ରୋଲରଟି ନିର୍ମାଣ କରିଥିବା ନେଇ ସୂଚନା ଦେଇଛି । ଏଥିରେ ସମସ୍ତ ପ୍ରକାରର ସୁବିଧା ଛୋଟ ଛୁଆଙ୍କ ପାଇଁ ରହିଛି । ଏହା ଖୁବ ସ୍ୱତନ୍ତ୍ରଭାବେ ଛୁଆଙ୍କ ପାଇଁ ଡିଜାଇନ କରାଯାଇଛି । ଏହାର ରଙ୍ଗ ସହିତ ଷ୍ଟାଇଲ ଖୁବୟୁନିକ ହୋଇଛି । ପୋଷ୍ଟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Launching Ceremony of “AYUSHMAN BHARAT

Comments are closed.