ଏଆଇ କରିବ ଥ୍ରି ଡେ’ ଓ୍ୱାର୍କ ଉଇକ୍‌

ବର୍ତ୍ତମାନ ଅନେକ କ୍ଷେତ୍ରରେ ଏଆଇର ବ୍ୟବହାର ବଢିବାରେ ଲାଗିଛି । ତେବେ ନିକଟରେ ଏଆଇ କର୍ମଚାରୀ ବା ସିନ୍ଥେଟିକ୍‌ ଏମ୍ପଲଇଙ୍କୁ ନେଇ ଭବିଷ୍ୟବାଣୀ କରାଯାଇଛି । ଆଗକୁ ଏଆଇ କର୍ମଚାରୀ ଅନେକ ସେକଫରରେ ମଣିଷଙ୍କ ସ୍ଥାନ ନେବେ ବୋଲି ଜଣା ପଡିଛି । ସେହିଭଳି ଏହି ସିନ୍ଥେଟିକ୍‌ ଏମ୍ପଲଇଙ୍କୁ ବ୍ୟବହାର କରି ଭବିଷ୍ୟତରେ ଥ୍ରି ଡେ’ ଓ୍ୱାର୍କ ଉଇକ୍‌ ମଧ୍ୟ ଫଲୋ କରାଯାଇ ପାରିବ ବୋଲି ଜଣା ପଡିଛି । ଯାହା କେତେକାଂଶରେ ଭଲ ହୋଇଥିବାବେଳେ କେତେକ କ୍ଷେତ୍ରରେ ଲାଭ ଦାୟକ ହେବ ନାହିଁ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ଆଗକୁ ବିଭିନ୍ନ ଇଣ୍ଡଷ୍ଟ୍ରୀରେ ଆଡ୍‌ମିନ୍‌ ଷ୍ଟ୍ରେଟିଭ୍‌ଙ୍କ ସହିତ ରିସର୍ଚ ଡ୍ୟୁଟିରେ ସିନ୍ଥେଟିକ୍‌ ଏମ୍ପଲଇଙ୍କୁ ଦେଖିବାକୁ ମିଳିବ ବୋଲି ସେମାନେ ଆକଳନ କରିଛନ୍ତି । ବିଶେଷ ଭାବେ ଏମାନଙ୍କୁ କର୍ପୋରେଟ୍‌ ସେକଫରରେ ଅଧିକ ବ୍ୟବହାର କରିହେବ ବୋଲି ମତ ପ୍ରକାଶ ପାଇଛି । ସେହିଭଳି ଆସନ୍ତା ୨ ବର୍ଷ ଭିତରେ ଏଆଇ ଇଣ୍ଡଷ୍ଟ୍ରୀରେ ଖୁବ ପରିବର୍ତ୍ତନ ଘଟିବ ଯାହା ଏହାକୁ ଆହୁରି ଆଡଭାନ୍ସଡ କରିବ । ସେହିପରି ୨୧୧୬ ସୁଦ୍ଧା ଅନେକ ସ୍ଥାନରେ କେବଳ ରୋବଟ କାମ କରୁଥିବେ ବୋଲି ଏହି ରିପୋର୍ଟରେ ଦର୍ଶା ଯାଇଛି ।

Launching Ceremony of “AYUSHMAN BHARAT

Comments are closed.