ଅବସର ପାଇଁ ପ୍ରସ୍ତୁତି

ଅନେକ ସମୟରେ ଦେଖିବାକୁ ମିଳେ ଅବସର ନେବା ପୂର୍ବରୁ ଲୋକମାନେ ଖୁବ ଚିନ୍ତିତ ହୋଇ ପଡନ୍ତି । ଅବସର ପରର ଜୀବନ ସେମାନଙ୍କ ଦ୍ୱନ୍ଦରେ ପକାଇଥାଏ । କିଭଳି ସବୁବେଳେ କାଟୁଥିବା ଏକ ବ୍ୟସ୍ତ ବହୁଳ ଜୀବନକୁ ବାଦ ଦେଇ ଦିନ କାଟିବେ ତାହା ସେମାନଙ୍କୁ ଡରାଇଥାଏ । ତେଣୁ ଅବସର ପୂର୍ବରୁ ସମସ୍ତଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିଥାଏ । ଯାହାଫଳରେ ଅବସର ପରର ଜୀବନ ବେଶ୍‌ ଖୁସିରେ କଟିବ । ଆସନ୍ତୁ କିଛି ଟି« ବିଷୟରେ ଜାଣିବା ଯାହାକୁ ବ୍ୟବହାର କରି ଆପଣ ଏକ ସୁଃଖମୟ ଅବସର ଜୀବନ ବଞ୍ଚିପାରିବେ ।
ତୂଳନା କରନ୍ତୁ ନାହିଁ
ଅନେକ ସମୟରେ ଲୋକମାନେ ଅବସର ପରେ ନିଜ ଜୀବନକୁ ନିଜ ସହକର୍ମୀଙ୍କ ଜୀବନ ସହିତ ତୂଳନା କରିଥାଆନ୍ତି । ଏହା ଏକ ଖରାପ ଅଭ୍ୟାସ ହୋଇଥାଏ । ଏହି ଅଭ୍ୟାସ କାରଣରୁ ସେମାନେ ଅନେକ କଷ୍ଟ ଭୋଗି ଥାଆନ୍ତି । କାହା ଜୀବନ କିଭଳି ତାକୁ ନେଇ ଇର୍ଷା କରିବାଦ୍ୱାରା ନିଜର ଶାନ୍ତି ଭଙ୍ଗ ହୋଇଥାଏ । ଏହା ଆମ ଜୀବନରେ ନିରାଶା ଓ ସନ୍ଦେହ ଭରିଥାଏ ତେଣୁ ଏଥିରୁ ନିବୃତ ରୁହନ୍ତୁ ।
ମନକୁ ଶାନ୍ତ ରଖନ୍ତୁ
ଏହି ସମୟରେ ମନକୁ ଶାନ୍ତ ରଖିବା ଖୁବ ଦରକାରୀ ହୋଇପଡେ । ଅବସର ନେବାପରେ ମଣିଷଙ୍କୁ ନିଜର ଗୁରୁତ୍ୱତା କମିବା ଭଳି ଲାଗିଥାଏ ତେଣୁ ସେମାନେ ଏହାକୁ ନେଇ ଚିନ୍ତାରେ ପଡନ୍ତି । ମନ ଅଶାନ୍ତ ହେବା ଲାଗିଥାଏ । ତେଣୁ ଏହି ସମୟରେ ଏଭଳି ଚିନ୍ତା ଧାରାରୁ ଦୂରରେ ରୁହନ୍ତୁ । ମନକୁ ଶାନ୍ତ ରଖି କିଭଳି ସମୟ ଅତିବାହିତ କରିବେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।
ଆର୍ଥିକ ଅନିଶ୍ଚତତାକୁ ଦୂରାନ୍ତୁ
ଅବସର ପରେ ଆର୍ଥିକ ଚିନ୍ତା ବେଶି ଆସିଥାଏ । ଏହା ବେଶି ଅସୁରକ୍ଷିତ ଅନୁଭବ ଦେଇଥାଏ । ତେଣୁ ସେହି ଚିନ୍ତାରୁ ଦୂରରେ ରହିବା ପାଇଁ ଚାକିରି ଥିବା ସମୟରେ ବ୍ୟବସ୍ଥା କରନ୍ତୁ । ସେହିଭଳି ଏହାକୁ ସକରାତ୍ମକ ଢଙ୍ଗରେ ଭାବି କିଭଳି ଏହି ସମସ୍ୟା ଦୂର ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ବ୍ୟବସ୍ଥିତ କରନ୍ତୁ
ଅବସରରେ ପରେ ନିଜ ଦୈନନ୍ଦିନ ଜୀବନଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ବ୍ୟବସ୍ଥିତ ଢଙ୍ଗରେ କରନ୍ତୁ । ଯାହାଫଳରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଯିବ । ବିଶେଷଭାବେ ନିଜ ଖର୍ଚ୍ଚର ବଜେଟ କରି ଖର୍ଚ୍ଚ କରନ୍ତୁ, ଯାହା ଫଳରେ ଆପଣଙ୍କୁ ଆର୍ଥିକ ଅଭାବ ଦେଖିବାକୁ ପଡିବ ନାହିଁ । ସେହିଭଳି ନିଜକୁ ବ୍ୟସ୍ତ ରଖିବା ପାଇଁ କୌଣସି ଅନ୍ୟ କାର୍ଯ୍ୟ ମଧ୍ୟ କରିପାରିବେ ଯାହା ଆପଣଙ୍କୁ ଭଲ ଲାଗିବା ସହିତ ବ୍ୟସ୍ତ ମଧ୍ୟ ରଖିବ ।

Launching Ceremony of “AYUSHMAN BHARAT

Comments are closed.