କ୍ଷତିକାରକ ହୋଇଥାଏ ଟିପିଓ

ନେଲପଲିସ ଲଗାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ତେବେ ନେଲପଲିସ୍‌ର ଅନେକ ପ୍ରକାର ବଜାରରେ ଉପଲବ୍ଧ । ଏଥିରୁ ସବୁଠାରୁ ଅଧିକ ଡିମାଣ୍ଡରେ ରହିଥାଏ ଜେଲ୍‌ ନେଲ ପଲିସ୍‌ । ତେବେ ସୂଚନା ଅନୁସାରେୟୁରୋପିଆନ ଦେଶ ଗୁଡିକରେ ଜେଲ୍‌ ନେଲପଲିସ୍‌ରେ ବ୍ୟବହାର ହେଉଥିବା ଟ୍ରାଇମିଥାଇଲବେଞ୍ଜୋୟଲ୍‌ ଡାଇଫେନାଇଲଫସଫାଇନ୍‌ ଅକ୍ସାଇଡ୍‌ ବା ଟିପିଓ ନାମକ ପଦାର୍ଥର ବ୍ୟବହାର ଉପରେ ରୋକ ଲଗାଇଛି । ଏହା ଏହି ଜେଲ ନେଲପଲିସ୍‌ର ମୁଖ୍ୟ ସାମଗ୍ରୀ ଭାବେ ବ୍ୟବହାର ହୋଇଥାଏ । ଏହାର ପ୍ରଭାବ ମୁଖ୍ୟତ ଝିଅମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଉପରେ ପଡିଥାଏ । କେବଳ ଏତିକି ନୁହେଁ ଏହା ସ୍କିନ୍‌ ଆଲର୍ଜିର ମଧ୍ୟ କାରଣ ସାଜିଥାଏ । ତେଣୁ ସେଠାରେ ଟିପିଓ ଥିବା କୌଣସି ବି ସାମଗ୍ରୀ ବିକ୍ରି ଉପରେ ରୋକ ଲାଗିଛି । ଏହି ନିୟମକୁ ନମାନିଲେ ଜରିମାନାର ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଟିପିଓ ବ୍ୟବହାରରେ କିନ୍ତୁ ଜେଲ୍‌ ନେଲପଲିସ ଆକର୍ଷଣୀୟ ଲାଗୁଥିଲା ତେଣୁ ଏହାର ସୌନ୍ଦର୍ଯ୍ୟ ବର୍ତ୍ତମାନ ଫିକା ପଡିବାନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

Launching Ceremony of “AYUSHMAN BHARAT

Comments are closed.