ବିଜେଡି ନେତ୍ରୀ ଶ୍ରୀମୟୀଙ୍କ ‘ଧୃତରାଷ୍ଟ୍ର’ଉପାଖ୍ୟାନ …

0

ଭୁବନେଶ୍ୱର : ପାଖାପାଖି ଦେଢ଼ ବର୍ଷ ପରେ ମଧ୍ୟ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହିଁ ବିଜେଡ଼ି । ଦଳ ଭିତରେ ଚାଲିଛି ପରସ୍ପର ମଧ୍ୟରେ ଗୋହି ଖୋଳା I ଦିନକୁ ଦିନ ଖଣ୍ଡ ଖଣ୍ଡ ହେଉଛି ଦଳ Iବେଳେ ବେଳେ ଏହା ବିସ୍ଫୋରକ ରୂପ ନେଇ ପଦାକୁ ଆସୁଛି । ତେବେ ଏଥର ଆକ୍ଷେପ ଟି ସିଧା ସଭାପତିଙ୍କ ଆଡକୁ ନିଶାନା ହେଇଥିବା ଭଳି ମନେ ହେଉଛି । ଅନେକ ଦିନ ପରେ ମୁହଁ ଖୋଲିଛନ୍ତି ଶ୍ରିମୟୀ ମିଶ୍ର । ସୋସିଆଲ ମିଡିଆରେ କରିଛନ୍ତି ଡାଇରେକ୍ଟ ଆଟାକ । ସେ ତାଙ୍କ ଟ୍ୱିଟରେ ଧୃତରାଷ୍ଟ୍ରଙ୍କ କଥା ବର୍ଣ୍ଣନା କରିଛନ୍ତି । କହିବାକୁ ଗଲେ ପରୋକ୍ଷରେ ସେ କାହାକୁ ଟାର୍ଗେଟ କରିଛନ୍ତି ବୁଝାପଡୁ ନଥିଲେ ମଧ୍ୟ ଇଙ୍ଗିତରୁ ସ୍ପଷ୍ଟ ଜାଣି ହେଉଛି । ହେଲେ ଶ୍ରୀମୟୀ କାହାକୁ ଏବଂ କାହିଁକି ଏଭଳି କହିଛନ୍ତି ତାହା ଉପରେ ଅଧିକ ସୂଚନା ନାହିଁ ।

ଶ୍ରୀମୟୀଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘କିଛି ଲୋକ ଧୃତରାଷ୍ଟ୍ରଙ୍କ ପରି ଅନ୍ଧ ଯେଉଁମାନେ ଅନ୍ୟାୟ ରୋକିବାକୁ ପସନ୍ଦ କରନ୍ତି ନାହିଁ । ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ ଏବଂ ସେମାନଙ୍କର ନୀରବତା ଦୁଃଖର କାରଣ ବୋଲି ସେ ଲେଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏଠି ଶ୍ରୀମୟୀ କାହାକୁ ଧୃତରାଷ୍ଟ୍ର ବୋଲି ବାଖ୍ୟା କରିଛନ୍ତି । କାହାର ଚୁପ୍କୁ ସେ ତାଙ୍କ ଟ୍ୱିଟ୍ ରେ ସ୍ଥାନ ଦେଇଛନ୍ତି । ପରୋକ୍ଷରେ ଶ୍ରୀମୟୀ କାହାକୁ ଟାର୍ଗେଟ କରିଛନ୍ତି ? ଏହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ମହିଳା ମାନଙ୍କୁ ନ୍ୟାୟ ମିଳୁ ନଥିବା ନେଇ ମଧ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

Govt
Leave A Reply

Your email address will not be published.