ସାମଗ୍ରୀ – ଚିକେନ,ଦହି, କଟା ପିଆଜ, ଅଦାରସୁଣ ପେଷ୍ଟ, ଶୁଖିଲା ଲଙ୍କା, ଧନିଆ ଗୁଣ୍ଡ, କାଜୁ, ଗୋଲ ମରିଚ, ସୋରିଷ ତେଲ, ଲୁଣ ।
ପ୍ରଣାଳୀ – ପ୍ରଥମେ ଚିକେନ୍କୁ ଦହି, ଅଦା ରସୁଣ ପେଷ୍ଟ ଦେଇ ଗୋଳାଇ ନିଅନ୍ତୁ । ଏହାପରେ ଏହି ଚିକେନକୁ ୨ ରୁ ୩ ଘଣ୍ଟା ଫ୍ରିଜ୍ରେ ରଖି ଦିଅନ୍ତୁ । ଏହାପରେ କାଜୁକୁ ବତୁରାଇ ଗୋଟିଏ ପେଷ୍ଟ ପରିଣତ କରନ୍ତୁ । ଗୋଟିଏ ପ୍ୟାନରେ ସୋରିଷ ତେଲ ଗରମ କରି ସେଥିରେ ଶୁଖିଲା ଲଙ୍କା, ଗୋଲମରିଚ ଓ କଟା ପିଆଜ ପକାଇ ଭାଜନ୍ତୁ । କିଛି ସମୟ ଭାଜିବା ପରେ ଏଥିରେ ମାରିନେଟେଡ ଚିକେନ ପକାନ୍ତୁ । ବର୍ତ୍ତମାନ ଏଥିରେ ଧନିଆ ପାଉଡର ଓ ଲୁଣ ପକାଇ ଭାଜନ୍ତୁ । ଚିକେନ୍ ସିଝିବା ପରେ ଏଥିରେ କାଜୁ ବଟା ଦେଇ ଫୁଟାନ୍ତୁ । ଶେଷରେ ଗୋଲ ମରିଚ ଗୁଣ୍ଡ ପକାଇ ଗରମ ପାଣି ଦେଇ ଗୋଳାଇ ନିଅନ୍ତୁ । ଆବଶ୍ୟକ ଅନୁଯାୟୀ ଚିକେନରେ ପାଣି ରଖନ୍ତୁ । ଚିକେନ ଭଲ କରି ସିଝିବା ପରେ ଗ୍ୟାସ ବନ୍ଦ କରି ପରଷନ୍ତୁ ବଙ୍ଗାଳୀ ଚିକେନ ।
