ଆନୋରେକ୍ସିଆ

0

ଆନୋରେକ୍ସିଆ ବା ଆନୋରେକ୍ସିଆ ନେର୍‌ଭୋସା ଏକ ଇଟିଂ ଡିଜ୍‌ ଅର୍ଡର । ଏହା ଓଜନକୁ ନେଇ ଥିବା ଏକ ଭୟ, ଯାହାଫଳରେ ଏଥିରେ ପୀଡିତ ରୋଗୀ ନିଜର ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଅତ୍ୟଧିକ ଚେଷ୍ଟା କରିଥାଆନ୍ତି । ସେମାନେ ସବୁବେଳେ ନିଜ ଓଜନ ଓ ଫିଗରକୁ ନେଇ ଅଧିକ ସଚେତନ ରହିଥାଆନ୍ତି, ଏଥିପାଇଁ ଅଧିକ ଚେଷ୍ଟା ମଧ୍ୟ କରିଥାଆନ୍ତି । ଏମାନଙ୍କର ଡାଏଟ୍‌ ବହୁତ ଷ୍ଟ୍ରିଟ୍‌ ହୋଇଥାଏ । ସେମାନେ କଣ ଖାଇବେ କେତେ ଖାଇବେ ସେ ନେଇ ଅତ୍ୟଧୀକ ସଚେତନ ହୋଇଥାଆନ୍ତି । ସେହିଭଳି ଓଜନ କମାଇବା ପାଇଁ ସେମାନେ ଦରକାରର ଅଧିକ ବ୍ୟାୟାମ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ନିଜର ଶରୀରର କ୍ଷମତାଠାରୁ ବାହାରକୁ ଯାଇ ସେମାନେ ବ୍ୟାୟାମ କରିଥାଆନ୍ତି , ଯାହା କ୍ଷତିକାରକ ହୋଇଥାଏ । ଏଥିରେ ପୀଡିତ ରୋଗୀ ଯେତେ ବି ପତଳା ଥିଲେ ମଧ୍ୟ ନିଜର ଓଜନକୁ ଆହୁରି କମାଇବାକୁ ଚେଷ୍ଟା କରିଥାଆନ୍ତି । ସେମାନଙ୍କ ମଧ୍ୟରେ ସବୁବେଳେ ଓଜନ ବୃଦ୍ଧିକୁ ନେଇ ଡର ରହିଥାଏ । ଏହି ରୋଗର ଅନେକ ସାଇଡ୍‌ ଇଫେକଫ ରହିଛି । ଯଦି କୌଣସି ବ୍ୟାକ୍ତିଙ୍କ ନିକଟରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳୁଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଲକ୍ଷଣ

– ନିରନ୍ତର ଓଜନ ହ୍ରାସ ହେବା ।
– ପତଳା ଦେଖାଯିବା ।
– ଫଟିଗୋ
– ନିଦ୍ରାହୀନତା
– ଚେତାଶୂନ୍ୟ ହୋଇଯିବା
– ଚର୍ମ ଶୁଖିଲା ଓ ହଳଦିଆ ଦେଖାଯିବା
– ନିମ୍ନ ରକ୍ତଚାପ
– ଥଣ୍ଡା ସହି ନପାରିବା
– ହାତ ଗୋଡ ଫୁଲିବା
– ଡିହାଇଡ୍ରେସନ୍‌

Govt
Leave A Reply

Your email address will not be published.