ଜୋରରେ ଭାସି ଯାଇ ନାବାଳକ ମୃତ

0

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଡମଣା ଗାଁରେ ଅଘଟଣ । ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ ଜୋରରେ ଭାସିଗଲେ ନାବାଳକ । ଆଜି ଗୁରୁଦିବସ ଥିବାରୁ ସ୍କୁଲରୁ ଫେରି ଡମଣା ଗାଁର କିଛି ପିଲା ନିକଟସ୍ଥ ଦାରୁଠେଙ୍ଗ ଜୋରକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଜଣେ ପିଲା ସୁଅରେ ଭାସି ଯାଇଥିଲା । ଅନ୍ୟ ପିଲାମାନେ ଆସି ଗାଁରେ ଖବର ଦେବାରୁ ଗ୍ରାମବାସୀ ଏବଂ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପିଲାଟିକୁ ଘଣ୍ଟାଏ ପରେ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ତାକୁ ଦାରୁଠେଙ୍ଗ ମେଡିକାଲରେ ଭର୍ତି କରାଯାଇଛି। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Govt
Leave A Reply

Your email address will not be published.