ସମୁଦ୍ର ଉପକୂଳରେ ‘ସାଗର କବଚ-୨’ ସମରାଭ୍ୟାସ

0

ପାରାଦୀପ : ଓଡ଼ିଶା ଓ ପଶ୍ଚିମବଙ୍ଗ ସମୁଦ୍ର ଉପକୂଳରେ ଦୁଇ ଦିନ ପାଇଁ ‘ସାଗର କବଚ-୨’ ସମରାଭ୍ୟାସ । ଆତଙ୍କବାଦୀଙ୍କ ଜଳପଥ ଅନୁପ୍ରବେଶକୁ ପ୍ରତିହତ ଉଦ୍ଦ୍ୟେଶରେ କରାଯାଉଛି ସମରାଭ୍ୟାସ । ସଶସ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ଉପକୂଳ ଅଞ୍ଚଳକୁ ହାଇଆଲର୍ଟରେ ରଖାଯାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ଏହି ଦୁଇ ଦିନିଆ ସମରାଭ୍ୟାସ ହେଉଛି । ଏହି ସମୟରେ ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜଳପଥର ଏହି ସମରାଭ୍ୟାସରେ ମେରାଇନ ପୋଲିସ, ଇଣ୍ଡିଆନ କୋଷ୍ଟ ଗାର୍ଡ, ଭାରତୀୟ ନୌସେନା, ବନବିଭାଗ, ମତ୍ସ୍ୟବିଭାଗ, ଗୁଇନ୍ଦା ବିଭାଗ ସାମିଲ ହୋଇଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପୋଲିସ, ସିଆଇଏସଏଫ, ଜଙ୍ଗଲ ବିଭାଗ ସହିତ ବିଭିନ୍ନ ବିଭାଗର ସାହାଯ୍ୟରେ ପ୍ରହରା ଦେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି ।

ସମରାଭ୍ୟାସରେ ସୁରକ୍ଷା କର୍ମୀଙ୍କୁ ଟିମ ବ୍ଲୁ ଓ ରେଡ୍ ଟିମ୍ ଭାବେ ଭାବେ ଦୁଇଟି ଟିମ୍ ଗଠନ କରାଯାଇଛି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଏହି ୱାର୍ ଗେମ୍ ହୋଇଥାଏ। ଜଳପଥ ଦେଇ ଅନେକ ଛଦ୍ମବେଶୀ ଆତଙ୍କବାଦୀ ଆକ୍ରମଣ କରିଥାନ୍ତି । ସେଥିପାଇଁ ଏହି ପ୍ରକାରର ନିଷ୍ପତ୍ତି ନିଆଯାଇଛି ।

Govt
Leave A Reply

Your email address will not be published.