କେବଳ ଭାରତନୁହେଁ ବିଶ୍ବର ଅନେକ ରାଷ୍ଟ୍ରରେ ସୋସିଆଲ ମିଡିଆ ପରିଚାଳନାକୁ ନେଇ ଅନେକ ନିୟମ ରହିଛି । ସମସ୍ତେ ଦେଶ ଏହି ନିୟମ ଭିତରେ ହିଁ ରହି ନିଜନିଜର ସୋସିଆଲ ମିଡିଆ ଓ ଓଟିଟିକୁ ପରିଚାଳନା କରିଥାଆନ୍ତି । ଏହି ନିୟମ ଦେଶ ଓ ଦେଶବାସୀଙ୍କ ଅନୁସାରେ ଭିନ୍ନଭିନ୍ନ ହୋଇଥାଏ ।
ଆମେରିକା
ଲୋକଙ୍କର କହିବାର ଅଧିକାର ଏଠାରେ ଖୁବ ଷ୍ଟ୍ରଙ୍ଗ ତେବେ ଏଠାରେ ମଧ୍ୟ ସୋସିଆଲ ମିଡିଆକୁ ନେଇ କିଛି ନିୟମ ରହିଛି । ଏଠାରେ ଥିବା କମ୍ୟୁନିକେସନ ଡିସେନ୍ସି ଆକ୍ଟର ସେକସନ୍ ୨୩୦ ଅନୁସାରେ ଆମେରିକାରେ ସୋସିଆଲ ମିଡିଆ ରେଗୁଲେସନ କରାଯାଇଥାଏ । ଏହି ଆକ୍ଟ ଅନୁସାରେ ସୋସିଆଲ ମିଡିଆ ପାଇଁ ଏଠାରେ ବିଭିନ୍ନ ପ୍ରକାର ନିୟମ ରହିଛି । ସେହିଭଳି ବିଭିନ୍ନ କଣ୍ଟେଣ୍ଟଙ୍କୁ ମନିଟର କରିବା ଏବଂ ସେମାନଙ୍କର ପ୍ରାଇଭେସିକୁ ଚେକ କରିବାକୁ ଏଫ୍ସିସି ଓ ଏଫଟିସି ଓଭର ସାଇଟର ବ୍ୟବସ୍ଥା ରହିଛି । ଏଠାରେ ଚିଲ୍ଡ୍ରେନ ଅନଲାଇନ ପ୍ରାଇଭେସି ପ୍ରୋଟେକସନ ଆକ୍ଟ ମଧ୍ୟ ରହିଛି । ଯାହା ୧୩ ବର୍ଷରୁ କମ ପିଲା କଣ ଦେଖିବେ ତାହା ମନିଟରିଂ କରିଥାଏ ।
ୟୁରୋପିଆନ ୟୁନିଅନ
ଏଠାରେ ଡିଜିଟାଲ ସର୍ଭିସ ଆକ୍ଟ ରହିଛି ଯାହା କଣ୍ଟେଣ୍ଟମାନଙ୍କୁ ମନିଟରିଂ କରିଥାଏ । ସମସ୍ତ କଣ୍ଟେଣ୍ଟ କିଭଳି ଶିଶୁଙ୍କ ପାଇଁ ସୁରକ୍ଷିତ ହେବ ସେନେଇ ଅଧିକ ଧ୍ୟାନ ଦିଆଯାଇଥାଏ । ସେହିଭଳି ଜେନେରାଲ ଡାଟା ପ୍ରୋଟେକସନ୍ ରେଗୁଲେସନ ଆକ୍ଟ ମଧ୍ୟ ରହିଛି । ଏହା ଅଧିନରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ କିଭଳି ସୋସିଆଲ ମିଡିଆରେ ବିନା ଅନୁମତିରେ ବ୍ୟବହାର କରିହେବ ନାହିଁ ସେଥିପାଇଁ ନିୟମ ରହିଛି । ସେହିଭଳି ଏଠାରେ ଆଉ ଏକ ନିୟମ ରହିଛି, କଣ୍ଟେଣ୍ଟ ମୋଡରେସନ ଟ୍ରାନ୍ସପରେନ୍ସି । ଏହା ଅଧୀନରେ କଣ୍ଟେଣ୍ଟ ରିମୁଭ ବା ହଟାଇବାର ସମସ୍ତ ସୁବିଧା ଦିଆଯାଇଥାଏ ।
ଚୀନ
ଚୀନରେ ସବୁଠାରୁ କଡାକଡି ନିୟମ ରହିଥାଏ । ଏଠାରେ ସୋସିଆଲ ମିଡିଆକୁ ନେଇ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ନିୟମ ରହିଛି । ଏଠାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରି ଫେସବୁକ, ଇନ୍ଷ୍ଟାଗ୍ରାମ, ଏକ୍ସକୁ ବ୍ୟାନ୍ କରାଯାଇଛି । ଚୀନ ତାର ନିଜସ୍ବ ପ୍ଲାଟଫର୍ମ ଯେପରି ଉଇ ଚାର୍ଟ, ଉଇବୋ ଓ ଡୁଇନକୁ ବ୍ୟବହାର କରିଥାଏ । ଏହି ସମସ୍ତ ଆପକୁ ବ୍ୟବହାର କରିବା ପାଇଁ ନିଜର ପ୍ରକୃତ ପରିଚୟ ପ୍ରମାଣ ପତ୍ର ଦେବାକୁ ହୋଇଥାଏ । ଯାହାକୁ ସରକାର ଖୁବ ସତର୍କତାର ସହିତ ମନିଟର ମଧ୍ୟ କରିଥାଏ । କେହି କିଛି ବି କମ୍ୟୁନିଷ୍ଟ ପାର୍ଟି ବିପକ୍ଷରେ ମତ ଦେଲେ ଏହାକୁ ରାଜନୈତିକ ସମ୍ବେଦନଶୀଳ ଘଟଣା ଭାବେ ବିବେଚନା କରାଯାଇଥାଏ । ଯାହାକୁ ତୁରନ୍ତ ଡିଲିଟ୍ କରାଯିବାର ନିୟମ ମଧ୍ୟ ରହିଛି ।
ରୁଷ
ଏଠାରେ ମଧ୍ୟ ସରକାରଙ୍କର ତୀକ୍ଷ୍ଣ ନଜର ଭିତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଥାଏ । ସରକାରଙ୍କ ହାତରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ଲକ କରିବାର କ୍ଷମତା ରହିଛି । ସରକାରଙ୍କ ଆଦେଶରେ ତୁରନ୍ତ କୌଣସି କଣ୍ଟେଣ୍ଟକୁ ଡିଲିଟ ମଧ୍ୟ କରିବାକୁ ହୋଇଥାଏ । ଏଠାରେ କୌଣସି ଘଟଣା ସମ୍ପର୍କରେ ମିଛ ତଥ୍ୟ ପ୍ରସାର କରିବା ଏକ ଅପରାଧ ହୋଇଥାଏ, ଯାହା ଜଣାପଡିଲେ ତୁରନ୍ତ ଡିଲିଟ୍ କରିବାକୁ ହୋଇଥାଏ । ତେବେ ଏଠାରେ ପ୍ଲାଟଫର୍ମଙ୍କ ଉପରେ ଅଧିକ ପରିମାଣର ଜରିମାନା ହୋଇନଥାଏ ।

ଜର୍ମାନୀ
ଏଠାରେ ନେଟୱାର୍କ ଏନଫୋର୍ସମେଣ୍ଟ ଆକ୍ଟ ଅଧିନରେ ସୋସିଆଲ ମିଡିଆଗୁଡିକୁ ମନିଟରିଂ କରାଯାଇଥାଏ । ଏହି ଆକ୍ଟ ଅଧୀନରେ ସୋସିଆଲମିଡିଆ ପ୍ଲାଟଫର୍ମରେ ମିଛ ଖବର, ଅନୈତିକ କଣ୍ଟେଣ୍ଟ ଓ ହେଟ୍ ସ୍ପିଚକୁ ହଟାଇବାକୁ ହୋଇଥାଏ ଏବଂ ଏଗୁଡିକ ପୋଷ୍ଟ କରିଲେ ଅଧିକ ପରିମାଣର ଜରିମାନା ମଧ୍ୟ ଭରିବାକୁ ପଡିଥାଏ । ସେହିଭଳି ପ୍ରତ୍ୟେକ ସୋସିଆଲ ମିଡିଆ ଯେ କୌଣସି କଣ୍ଟେଣ୍ଟ ରିମୁଭ କଲେ ସରକାରଙ୍କୁ ରିପୋର୍ଟ ଦେବାକୁ ହୋଇଥାଏ ସମ୍ପୃକ୍ତ କଣ୍ଟେଣ୍ଟ କଣ ପାଇଁ ଏବଂ କେତୋଟି କଣ୍ଟେଣ୍ଟ ସେମାନେ ରିମୁଭ କଲେ ।
