ସେଲ୍ଫ ରେଗୁଲେସନ ନିୟମକୁ ତଦାରଖ କରିବା ପାଇଁ ଅନ୍ୟ ଦୁଇଟି ନିମୟ ମଧ୍ୟ ରହିଛି । ପ୍ରଥମ ନିୟମ ଅନୁସାରେ ଏହା ସେଲ୍ଫ ରେଗୁଲେଟରୀ ହେବାକୁ ପଡିବ । ଅର୍ଥାତ କଣ୍ଟେଣ୍ଟ ଅପଲୋଡ କରୁଥିବା ବ୍ୟକ୍ତି ସରକାରଙ୍କର ଗାଇଡ୍ ଲାଇନ୍କୁ ଧ୍ୟାନ ରଖିବାକୁ ବାଧ୍ୟ । ଏହାସହ ସୋସିଆଲ ମିଡିଆ, ୟୁଟ୍ୟୁବ ଓ ଓଟିଟି ପ୍ଲାଟଫର୍ମ ମଧ୍ୟ ଏହି ନିୟମକୁ ଧ୍ୟାନ ଦେବେ । ସେମାନେ କୌଣସି କଣ୍ଟେଣ୍ଟ ପ୍ରସାରଣ କରିବା ଆଗରୁ ଏହା ଠିକ୍ କି ନାହିଁ ସେଥିପ୍ରତି ଧ୍ୟାନ ଦେବେ । ସମସ୍ତ କଣ୍ଟେଣ୍ଟ ନିୟମ ଅନୁସାରେ ପ୍ରସ୍ତୁତ ହୋଇଛି କି ନାହି । ତେବେ ଏହାପରେ ଦ୍ବିତୀୟ ନିୟମରେ ଯଦି କୌଣସି କଣ୍ଟେଣ୍ଟ ନିୟମ ଅନୁସାରେ ପ୍ରସ୍ତୁତ ହୋଇ ନଥିବ ତେବେ ଏହାକୁନେଇ ଅଭିଯୋଗ କରାଯାଇପାରିବ । ଏହାକୁ ନେଇ କଣ୍ଟେଣ୍ଟ ପବ୍ଲିସ ହେଉଥିବା ପ୍ଲାଟଫର୍ମ, ୱେବ୍ ସାଇଟ ଓ ଆପରେ ଅଭିଯୋଗ କରିବା ପାଇଁ ସୁବିଧା ରହିଥାଏ । ଅଭିଯୋଗ ଦାଖଲ ହେବା ପରେ ଏହାକୁ ସମାଧାନ କରିବାକୁ ପଦକ୍ଷେପ ନିଆଯିବ । ଏହାକୁ ୧୫ ଦିନ ମଧ୍ୟରେ ସମାଧାନ କରିବାର ପ୍ରାବଧାନ ରହିଛି । ଯଦି ଏହି ଅଭିଯୋଗ ଶୁଣା ନଯିବ ତେବେ ସୂଚନା ମନ୍ତ୍ରାଳୟର ୱେବ୍ସାଇଟରେ ମଧ୍ୟ ଅଭିଯୋଗ କରିପାରିବେ ।
