ସୁପ୍ରିମକୋର୍ଟଙ୍କ ଏହି ଅଙ୍କୁଶ ଏବେ ର ନୁହେଁ ପୂର୍ବରୁ ମଧ୍ୟ ଏହା ଉପରେ ଅଙ୍କୁଶ ଲାଗି ସାରିଛି । ପୂର୍ବରୁ ଏଭଳି ଘଟଣା ସମ୍ପର୍କରେ ଜଣା ପଡିଛି ଯେଉଁ ମାମଲା ଗୁଡିକର ଶୁଣାଣୀ କରି କୋର୍ଟ ସୋସିଆଲ ମିଡିଆ ସହିତ ଓଟିଟି ପ୍ଲାଟଫର୍ମ ଉପରେ କଟକଣା ଜାରି କରିଛନ୍ତି । କିଛି ମାସ ପୂର୍ବରୁ ଏକ ମାମଲାରୁ ଶୁଣାଣୀ କରି ସୁପ୍ରିମକୋର୍ଟ ୯ଟି ଓଟିଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନୋଟିସ ଦିଆଯାଇଥିଲା । ଯେଉଁଥିରେ ସୁପ୍ରିମକୋର୍ଟ ସମ୍ପୃକ୍ତ ପ୍ଲାଟଫର୍ମଙ୍କ ପାଖରୁ ଜବାବ ମାଗିଥିଲେ । ଏହି ତାଲିକାରେ ୫ଟି ଓଟିଟି ଓ ୪ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ସାମିଲ ରହିଥିଲା । ଓଟିଟିରେ ଉଲ୍ଲୁ ଡିଜିଟାଲ, ନେଟଫ୍ଲିକ୍ସ, ଆମାଜନ, ମୂବି, ଅଲ୍ଟ ବାଲାଜୀ ଏବଂ ସୋସିଆଲ ମିଡିଆରେ କ୍ରପ, ଗୁଗୁଲ, ମେଟା ଇଙ୍କ, ଆପ୍ପଲ ସାମିଲ ଥିଲା । ସୋସିଆଲ ମିଡିଆରେ ଅନେକ ଏଭଳି କଣ୍ଟେଣ୍ଟ ରହିଛି ଯେଉଁଗୁଡିକ ବିନା କୌଣସି ପ୍ରତିବନ୍ଧକରେ ପ୍ରସାରଣ କରାଯାଉଛି, ଯାହା ସମାଜ ପାଇଁ ଠିକ୍ ନୁହେଁ । ତେଣୁ ଏଗୁଡିକରେ କଟକଣା ଲାଗିବାର ଆବଶ୍ୟକତା ରହିଛିବୋଲି ସୁପ୍ରିମକୋର୍ଟ ମତ ଦେଇଥିଲେ । ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା କଣ୍ଟେଣ୍ଟରେ ଅଶ୍ଲିଳତା କମାଇବାକୁ ମଧ୍ୟ ଏଥିରେ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶରେ କେନ୍ଦ୍ର ସରକାରଙ୍କୁ ନିୟମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ରୁଜୁ ହୋଇଥଇବା ମାମଲାରେ ଓଟିଟି ପ୍ଲାଟଫର୍ମ ଗୁଡିକରେ କଣ୍ଟେଣ୍ଟ ନାଁରେ ଅଶ୍ଲୀଳତାକୁ ପ୍ରଶୟ ଦିଆଯାଉଥିବା ଅଭିଯୋଗ କରାଯାଇଥିଲା । ଯାହାର ଶୁଣାଣୀ କୋର୍ଟ କରିଥିଲେ । ବର୍ତ୍ତମାନର ଯୁଗ ସୋସିଆଲ ମିଡିଆ ଓ ଡିଜିଟାଲ ଯୁଗ ହୋଇଥିବାରୁ ଏହି କଣ୍ଟେଣ୍ଟ ଗୁଡିକ ସମାଜକୁ ପଥ ଭ୍ରଷ୍ଟ କରାଉଛି ବୋଲି ଏହି ମାମଲାରେ ଅଭିଯୋଗ ହୋଇଥିଲା । ତେଣୁ ଏଥିରେ ଅଙ୍କୁଶ ଲଗାଇବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ।
