ଗଭୀର ନଦୀ କୁ ଡେଇଁ ବୁଡ଼ି ଯାଉଥିବା ମହିଳାଙ୍କୁ ବଂଚାଇଲେ ମୁମ୍ବାଇ ପୋଲିସ

ମୁମ୍ବାଇ: ଜୁଲାଇ ୩୦: ମୁମ୍ବାଇ ର ଜଣେ ପୋଲିସ ନଦୀ ଭିତରକୁ ଡେଇଁ ଜଣେ ମହିଳାଙ୍କ ଜୀବନ ରକ୍ଷା କରିଛନ୍ତି I 30 ଫୁଟ ଗଭୀର ପାଣିରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଥିବା ଜଣେ ମହିଳାଙ୍କୁ ବଞ୍ଚାଇବା ପାଇଁ ବୋରିଭାଲି ନିକଟ ମିଥୀ ନଦୀକୁ ଡେଇଁପଡିଥିଲେ ଏହି ପୋଲିସ କର୍ମଚାରୀ ଜଣକ I
ସକାଳ ପ୍ରାୟ 11.30 ସମୟରେ ଏହି ଘଟଣା ଘଟିଥିଲା I ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଏହି ଘଟଣା ଟି ଦେଖିଥିଲେ ଏବଂ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ନିକଟରେ ଜଣେ ମହିଳା ନଦୀରେ ଡେଇଁ ପଡିଛନ୍ତି ବୋଲି ପୋଲିସ କୁ ଜଣାଇଥିଲେ I
ଏ ସମ୍ପର୍କରେ,କସ୍ତୁରବା ରୋଡ ପୋଲସ ଷ୍ଟେସନ ଗୋଟିଏ wireless message ପାଇଥିଲେ ଏବଂ ସଂଗେ ସଂଗେ ଦୌଲତ ନଗର ପୋଲିସ ଚୌକି କୁ ଜଣାଇ ଦେଇଥିଲେ I
ଡ୍ୟୁଟିରେ ଥିବା ବିଟ୍ କନଷ୍ଟେବଳ ଅଭିମାନ ମୋର୍ ସମ୍ପୃକ୍ତ ସ୍ଥାନ କୁ ଯାଇ ବ୍ରିଜରୁ ମିଥୀ ନଦୀକୁ ଡେଇଁପଡି ସଂଘର୍ଷ କରୁଥିବା ମହିଳାଙ୍କ ବଞ୍ଚଇବାରେ ସଫଳ ହୋଇଥିଲେ।
ସେ ସଫଳତାର ସହ ତାଙ୍କୁ କୂଳକୁ ଆଣିଥିଲେ ଯେଉଁଠାରେ ମୁମ୍ବାଇ ଫାୟାର ବ୍ରିଗେଡ ଦଳ ପହଞ୍ଚି ସାରିଥିଲେ ଏବଂ ସେମାନେ ତାଙ୍କୁ ଦଉଡି ଏବଂ ସିଡ଼ି ସାହାଯ୍ୟରେ ଉପରକୁ ଆଣିଥିଲେ I
ସ୍ନେହାଲ କମସେରକର ନାମକ ଏହି ୨୧ ବର୍ଷୀୟ ମହିଳାଙ୍କୁ ବୋରଭାଲିର ମୋହିତ ହସ୍ପିଟାଲକୁ ନିଆଯାଇଥିଲା I ସେଠାରେ ତାଙ୍କୁ ଚିକିତ୍ସା କରାଯାଇ ଛାଡି ଦିଆଯାଇଥିଲା I
କସ୍ତୁରବା ରୋଡ୍ ପୋଲିସ୍ ଷ୍ଟେସନର ବରିଷ୍ଠ ପୋଲିସ୍ ଇନ୍ସପେକ୍ଟର (ଇନ୍-ଚାର୍ଜ) ପ୍ରମୋଦ ତାୱଡେ କନେଷ୍ଟବଳ ଅଭିମାନଙ୍କ ଦ୍ୱାରା ପ୍ରଦର୍ଶିତ ସାହସିକତା ଏବଂ ଉପସ୍ଥିତ ବୁଦ୍ଧି କୁ ପ୍ରଶଂସା କରିଥିଲେ ଯାହା ମହିଳାଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥିଲା।

Govt

Comments are closed.