ଆଜି ଜନ୍ମଦିନ ,, ଭି ଭି ଗିରି

0

ବରାହଗିରି ଭେଙ୍କଟଗିରି ବା ସାଧାରଣରେ ଭି. ଭି. ଗିରି ହେଉଛନ୍ତି ଭାରତର ଜଣେ ବିଶିଷ୍ଟ ରାଜନେତା, ଯାହାଙ୍କ କାର୍ଯ୍ୟକୁ ଲୋକ ଆଜି ବି ମନେ ପକାନ୍ତି । ଭାରତର ୪ର୍ଥ ରାଷ୍ଟ୍ରପତି ଭାବରେ ୨୪ ଅଗଷ୍ଟ ୧୯୬୯ରୁ ୨୩ ଅଗଷ୍ଟ ୧୯୭୪ ଯାଏଁ ଦାୟିତ୍ୱ ନିର୍ବାହ କରିଥିଲେ ଭି ଭି ଗିରି । ବର୍ତ୍ତମାନ ଭାରତୀୟ ଶ୍ରମିକଙ୍କୁ ଯାହାକିଛି ଅଧିକାର ମିଳିଛି, ତାହା କେବଳ ଭି.ଭି.ଗିରିଙ୍କ ପାଇଁ ସମ୍ଭବ ହୋଇପାରିଛି । ଦେଶ ନିର୍ମାଣରେ ଶ୍ରମିକଙ୍କ ଭୂମିକା ମୁଖ୍ୟ ବୋଲି ପ୍ରମାଣ କରିବାକୁ ଯାଇ ସେ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ବିଭିନ୍ନ ସମୟରେ ବିଦ୍ରୋହ କରିଥିଲେ ।
ସେ ଓଡ଼ିଶାର ବ୍ରହ୍ମପୁରଠାରେ ୧୦ ଅଗଷ୍ଟ ୧୮୯୪ ରେ ଏକ ତେଲୁଗୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ସ୍କୁଲ ଶିକ୍ଷା ବ୍ରହ୍ମପୁରରେ ସମାପନ ହୋଇଥିଲା । ସେ ୧୯୨୨ରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃତ୍ୱ ନେଇ ସାରା ଦେଶରେ ପରିଚିତି ହାସଲ କରିଥିଲେ । ହେଲେ ଏହାର ଫଳ ସ୍ୱରୂପ ୧୯୨୬ ଓ ୧୯୪୨ରେ ଅଲ୍‌ ଇଣ୍ଡିଆ ଟ୍ରେଡୟୁନିଅନ କଂଗ୍ରେସର ସେ ଦୁଇଥର ସଭାପତି ହୋଇଥିଲେ । ୧୯୩୬ରେ ସେ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗଦେଇଥିଲେ । ସ୍ୱାଧୀନତା ପରେ ଭାରତର ହାଇକମିଶନର ଭାବେ ତାଙ୍କୁ ସିଂହଳ ପଠାଯାଇଥିଲା । ସେଠାରେ କର୍ଯ୍ୟକାଳ ଶେଷପରେ ଭାରତ ଫେରି ସେ ୧୯୫୨ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ । ପରେ ସେ ୧୯୫୭ରୁ ୧୯୬୭ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ । ୧୯୬୯ରେ ରାଷ୍ଟ୍ରପତି ଥିବା ଅବସ୍ତାରେ ଜାକିର ହୁସେନଙ୍କ ପରଲୋକ ହେବାରୁ ତାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ବଛାଯାଇଥିଲା । ପରେ ସେ ରାଷ୍ଟ୍ରପତି ନିର୍ବାଚନରେ ଜିତି ଦେଶର ୪ର୍ଥ ରାଷ୍ଟ୍ରପତି ହୋଇଥିଲେ । ୧୯୭୫ ମସିହାରେ ତାଙ୍କୁ ସର୍ବୋଚ୍ଚ ସମ୍ମାନ ଭାରତ ରନି ପ୍ରଦାନ କରାଯାଇଥିଲା । ୧୯୮୦ ମସିହାରେ ଜୁନ୍‌ ୨୩ରେ ତାଙ୍କର ଦେହାନ୍ତ ହୋଇଥିଲା, ତାଙ୍କ ଅବର୍ତ୍ତମାନରେ ଭାରତ ରାଜନୀତିରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.