ବାସ୍ତୁଶାସ୍ତ୍ରରେ ସାତ ରଙ୍ଗ ଭଳି ୭ଟି ମୂର୍ତ୍ତି ଜୀବନରେ ପରିବର୍ତ୍ତନ ଆଣିପାରେ ବୋଲି ବର୍ଣ୍ଣନା ରହିଛି । ଏହାକୁ ଘରେ ରଖିଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ଜୀବନରେ ସ୍ନେହ, ପ୍ରେମ ଭରିଯାଇଥାଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଦିଗ ଭିତ୍ତିରେ ଘରେ ହାତୀ, ହଂସଯୁଗଳ, କଇଁଛ, ଶୁଆ, ମାଛ, ଗାଈ ଓ ଓଟ ମୂର୍ତ୍ତି ରଖିଲେ ଏହାର ସକାରାତ୍ମକ ପ୍ରଭାବ ଜୀବନ ଉପରେ ପଡ଼ିଥାଏ । ହାତୀ ମା’ ଗଜଲକ୍ଷ୍ମୀଙ୍କ ପ୍ରିୟ ହୋଇଥିବାରୁ ହାତୀକୁ ସୁଖ ଏବଂ ସମୃଦ୍ଧତାର ପ୍ରତୀକ ଭାବେ ଧରାଯାଏ । ଏଣୁ ଘରେ ଏହି ମୂର୍ତ୍ତି ରଖିଲେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ହାତୀ ମୂର୍ତ୍ତି ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଅତ୍ୟନ୍ତ ଶୁଭ । ସେହିଭଳି ପ୍ରେମ, ଶାନ୍ତି ଏବଂ ସମନ୍ୱୟର ପ୍ରତୀକ ଭାବରେ ହଂସ ଯୁଗଳଙ୍କୁ ବିବେଚନା କରାଯାଏ । ଶୟନ କକ୍ଷରେ ଏକ ଯୁଗଳ ହଂସ ପ୍ରତିମୂର୍ତ୍ତି ରଖିଲେ, ପ୍ରେମ ସମ୍ପର୍କ ବୃଦ୍ଧି ହେବା ସହ ପାରିବାରିକ ସମ୍ପର୍କ ମଜଭୁତ ରୁହେ । ଘରେ କଇଁଛ ରହିବା ଅତ୍ୟନ୍ତ ଶୁଭ । କଇଁଛ ପ୍ରଭୁ ବିଷ୍ଣୁଙ୍କର ରୂପ । ତେଣୁ ଉତ୍ତର ଦିଗରେ କଇଁଛ ମୂର୍ତ୍ତି ରଖିଲେ ଘରେ ଧନ ଓ ସମୃଦ୍ଧିର ବୃଦ୍ଧି ହୁଏ । ଶୁଆକୁ ପ୍ରେମ ଏବଂ ସୁଖର ପ୍ରତୀକ । ପିଲାଙ୍କ କୋଠରୀରେ ଶୁଆ ମୂର୍ତ୍ତି କିମ୍ବା ଚିତ୍ର ରଖିଲେ ସେମାନଙ୍କ ଏକାଗ୍ରତା ଶକ୍ତି ବୃଦ୍ଧି ପାଏ ।
ଏପରିକି ଶୁଆ ମୂର୍ତ୍ତି ଯୋଗୁ ଘରପରିବେଶ ଶାନ୍ତ ରୁହେ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପିତ୍ତଳ କିମ୍ବା ରୁପା ମାଛ ମୂର୍ତ୍ତି ରଖିବା ଶୁଭ । ଏହାକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ରଖିଲେ ଶୁଭ ଫଳ ମିଳିଥାଏ । ଗାଈକୁ ଦେବାଦେବୀଙ୍କର ଦ୍ୱିତୀୟ ରୂପ ଭାବେ ବିବେଚନା କାରାଯାଏ । ଗାଈର ମୂର୍ତ୍ତି ଘରେ ରହିଲେ ଧନର ଅଭାବ ରହିନଥାଏ । ପିତ୍ତଳ କିମ୍ବା ଧଳା ପଥରରେ ନିର୍ମିତ ଗାଈ ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭ । ଓଟକୁ ପ୍ରଗତି ଏବଂ ସାହସର ପ୍ରତୀକ ଭାବେ ବିବେଚନା କରାଯାଏ । ସେହିପରି ଉତ୍ତର-ପଶ୍ଚିମ ଦିଗରେ ଓଟର ମୂର୍ତ୍ତି ବ୍ୟବସାୟରେ ସଫଳତା ଆଣିବା ସହ ମନରେ ଅଦମ୍ୟ ସାହସ ଭରିଥାଏ ।