ଇଣ୍ଡୋ ଫ୍ୟୁଜନ ମନସୁନ୍ ଲୁକ

0

ମନସୁନ୍ ଆସିଲେ କଣ ପିନ୍ଧିବେ ଏହା ନେଇ ସମସ୍ତେ ଦ୍ବନ୍ଦ୍ବରେ ରହିଥାଆନ୍ତି । କାହାସହ କଣ ପିନ୍ଧିଲେ ଏହି ଦିନେ ମ୍ୟାଚହେବ ତାହାକୁ ନେଇ ଅନେକ ପ୍ରଶ୍ନ ଦେଖିବାକୁ ମିଳେ । ତେବେ ଏହି ଦିନେ ଆପଣ ଇଣ୍ଡୋ ଫ୍ୟୁଜନକୁ ଆପଣାନ୍ତୁ ଏହା ଆପଣଙ୍କୁ ଷ୍ଟାଇଲିସ୍ ଲୁକ ମିଳିବ ।

କୁର୍ତ୍ତି ସହ ସ୍ନିକର
ସର୍ଟ ଏ ଲାଇନ୍ କୁର୍ତ୍ତି ସହିତ ସ୍ନିକରକୁ ପେୟାର କରନ୍ତୁ । ଏହା ଇଣ୍ଡୋ ଫ୍ୟୁଜନ ଲୁକ କ୍ରିଏଟ କରିବାରେ ଏକ ପ୍ରାଥମିକ ସ୍ତର ହୋଇଥାଏ । ଯେ କୌଣସି ରଙ୍ଗର କୁର୍ତ୍ତି ସହିତ ଧଳା ରଙ୍ଗର ସ୍ନିକର ପେୟାର କରିପାରିବେ । ପୁରା ଆଉଟ ଫିଟ୍ ସହିତ ଛୋଟ ବ୍ୟାଗ୍ ଓ ଅକ୍ସିଡାଇଜ୍ଡ ଗହଣା ପିନ୍ଧନ୍ତୁ ସୁନ୍ଦର ଲୁକ ମିଳିବ । ଏହାକୁ ଆପଣ ପାର୍ଟି ପଙ୍କସନରେ କ୍ୟାରୀ କରିପାରିବେ ।

କ୍ରପ ଟପ୍ ଧୋତି ପ୍ୟାଣ୍ଟ୍
ଧୋତି ପ୍ୟାଣ୍ଟ ଖୁବ ହାଲୁକା ହୋଇଥାଏ, ଏହାସହିତ ଏହା ଏକ ପାରମ୍ପରିକ ଲୁକ କ୍ରିଏଟ କରିବାରେ ସହାୟକ ହୋଇଥାଏ । ଏହାସହିତ ଇଣ୍ଡୋ ଫ୍ୟୁଜନ କ୍ରିଏଟ କରିବାକୁ ଚାହୁଁଥିଲେ ଏହାସହିତ କ୍ରପଟପ ପେୟାର କରନ୍ତୁ । ଏହି ଲୁକ ପାଇଁ ହାଫ୍ ବନ୍ ହେୟାର ଷ୍ଟାଇଲ୍ ଓ ଫାବ୍ରିକ ବେଲ୍ଟ ପିନ୍ଧନ୍ତୁ ଖୁବ ସୁନ୍ଦର ଲୁକ ମିଳିବ । ଏହା ବେଶ ଷ୍ଟାଇଲିସ୍ ଲୁକ ହୋଇଥାଏ । ବିଭିନ୍ନ ପର୍ବପର୍ବାଣୀ ଏହା ଫରଫେକ୍ଟ ଷ୍ଟାଇଲିସ୍ ଲୁକ ହୋଇଥାଏ ।

ମିଡି ସ୍କର୍ଟ ଟି ସାର୍ଟ
ଯଦି ଆପଣଙ୍କୁ ସ୍କର୍ଟ ପସନ୍ଦ ତେବେ ମିଡି ସ୍କର୍ଟ ସହିତ ଟି ସାର୍ଟ ପିନ୍ଧନ୍ତୁ ଖୁବ ସୁନ୍ଦର ଲୁକ ମିଳିବ । ଏହା ଇଣ୍ଡୋ ଫ୍ୟୁଜନ କଲେକସନର ସବୁବେଳେ ଟ୍ରେଣ୍ଡରେ ରହୁଥିବା ଷ୍ଟାଇଲ ଅଟେ । ଏହା ସହିତ କିଛି ଷ୍ଟାଇଲିସ୍ ସିମ୍ପଲ ଚପଲ ପିନ୍ଧନ୍ତୁ ଲୁକଟି କମ୍ପିଲ୍ଟ ହେବ ।

ସର୍ଟ କୁର୍ତ୍ତା ଜୋଗର
ପୁଅଙ୍କ ପାଇଁ ମଧ୍ୟ ଏହି ଷ୍ଟାଇଲରେ ଅନେକ ଅପସନ ରହିଥାଏ । ଏହି ଷ୍ଟାଇଲରେ ସର୍ଟ କୁର୍ତ୍ତା ସହିତ ଜୋଗରକୁ ପେୟାର କରନ୍ତୁ ଖୁବ ସୁନ୍ଦର ହୋଇଥାଏ । ସର୍ଟ ଖଦି କଟନ କୁର୍ତ୍ତା ସହିତ ଜୋଗର ପିନ୍ଧନ୍ତୁ ଯାହା ଏକ ଫ୍ୟୁଜନ ଭାଇବ ଦେବ । କୈଣସି ଫ୍ୟାମିଲି ଫଙ୍କସନରେ ଏହାକୁ ଟ୍ରାଏ କରନ୍ତୁ ଖୁବ ସୁନ୍ଦର ହୋଇଥାଏ । ଲୁକ୍ କମ୍ପିଟ କରିବା ପାଇଁ ସ୍ନିକର ପିନ୍ଧନ୍ତୁ ।

ଗ୍ରାଫିକ୍ ଟିସାର୍ଟ ନେହେରୁ ଜାକେଟ୍
ଏହାଏକ ଭାଇରାଲ ଟ୍ରେଣ୍ଡ ଗେଟଅପ କହିଲେ ଭୁଲ ହେବ ନାହିଁ । ଅନେକଙ୍କୁ ଏହି ଗେଟ୍ଅପ କ୍ୟାରୀ କରୁଥିବାର ଦେଖିବାକୁ ମିଳିଥାଏ । ପ୍ଲେନ କିମ୍ବା ପ୍ରିଣ୍ଟେଡ୍ ଗ୍ରାଫିକ୍ ଟି ସାର୍ଟ ସହିତ ସ୍ଲିଭଲେସ୍ ନେହେରୁ ଜାକେଟ ପିନ୍ଧନ୍ତୁ ଖୁବ ସୁନ୍ଦର ଲୁକ କ୍ରିଏଟ ହେବ । ଏହାସହିତ ଜିନ୍ସ ପେୟାର କରନ୍ତୁ । ଏହାକୁ ସ୍କୁଲ କଲେଜ ଫଙ୍କସନ୍ ହେଉ କିମ୍ଭା ଘରେ କୌଣସି ଅକେଜନ ସବୁଥିରେ ଏହା ମ୍ୟାଚ ହୋଇ ପାରିବ ।

କର୍ଡ ସେଟ୍
ଆଜିକାଲି କର୍ଡ ସେଟର ଟ୍ରେଣ୍ଡ ଖୁବ ଅଧିକ ଚାଲିଛି । ପ୍ରିଣ୍ଟେଡ କଟନ କର୍ଡ ସେଟକୁ ଏହି ଦିନେ ପିନ୍ଧନ୍ତୁ ଏହା ଏକ ସିମ୍ପଲ ଓ ଆରାମ ଦାୟକ ଲୁକ ଦେବାରେ ସାହାଯ୍ୟ କରିବ । ଏଥିରେ ଆପଣ ଲୋକାଲ ପ୍ରିଣ୍ଟ ମଧ୍ୟ ପିନ୍ଧିପାରିବେ, ଯାହା ଏକ ଟ୍ରାଡିସନାଲ ଲୁକ କ୍ରିଏଟ କରିବ ।

Leave A Reply

Your email address will not be published.