ସାମଗ୍ରୀ – ବୋନ୍ଲେସ ଚିକେନ, ଅଣ୍ଡା, ବଟରମିá, ମାଲଭାନୀ ମସାଲା (ସ୍ୱତନ୍ତ୍ର ମସଲା), ମଇଦା, ବ୍ରେଡକ୍ରମ୍ବ ।
ପ୍ରଣାଳୀ – ପ୍ରଥମେ ଚିକେନ୍କୁ ମାଲଭାନୀ ମସଲା ଦେଇ ଗୋଳାଇ ଫ୍ରିଜରେ ରଖି ନିଅନ୍ତୁ । ଏକ ବଡ ପ୍ୟାନ୍ରେ ତେଲ କିମ୍ବା ବଟର ପକାଇ ଏଥିରେ ଛୋଟ ପିଆଜକୁ ପକାଇ ଭାଜନ୍ତୁ । ପିଆଜ ଅଳ୍ପ ଭାଜିହେବା ପରେ ଏଥିରେ କଟା ରସୁଣ ପକାନ୍ତୁ । ବର୍ତ୍ତମାନ ଗୋଟିଏ ପାତ୍ରରେ ଅଣ୍ଡା ଓ ବଟର ମିáକୁ ମିଶାନ୍ତୁ । ଅନ୍ୟଏକ ପାତ୍ରରେ ମଇଦା, ବ୍ରେଡ କ୍ରମ୍ବ ଓ ଲୁଣ ପକାଇ ଗୋଳାଇ ଶୁଖିଲା ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପ୍ରଥମେ ମ୍ୟାରିନେଟେଡ୍ ଚିକେନ୍କୁ ଅଣ୍ଡା ମିଶ୍ରଣରେ ବୁଡାନ୍ତୁ, ଏହାପରେ ଏହି ଚିକେନ୍କୁ ବ୍ରେଡକ୍ରମ୍ବ ଓ ମଇଦାର ଶୁଖିବା ମିଶ୍ରଣରେ ଗଡାଇ ଛାଣି ନିଅନ୍ତୁ, ପ୍ରସ୍ତୁତ ହୋଇଯିବ କୋଙ୍କଣୀ ଫ୍ରାଏଡ ଚିକେନ୍ ।